ଭୁବନେଶ୍ୱର:ସଂପ୍ରତି ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶମତେ ଚଳିତ ବର୍ଷ ୨୦୨୩ର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶମତେ ଆଜି ତା. ୧୩/୦୫/୨୦୨୩ (ଶନିବାର) ଦିନ ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ, ଚିଲିକା ଓ ଟାଙ୍ଗୀଠାରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛିା ଉକ୍ତ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା ଫୌଜଦାରୀ (ସାଲିସ୍ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ, ଦୁର୍ଘଟଣାଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ବିଦୁ୍ୟତ ଓ ଜଳ, ଟେଲିଫୋନ୍, ଇତ୍ୟାଦି ମାମଲା ଓ ପ୍ରାକ୍ ମୋକଦ୍ଦମା ଯଥା: ବ୍ୟାଙ୍କ ଋଣ ଅନାଦେୟ, ଦୂରସଂଚାର ଅନାଦେୟ ବିଲ୍, ରାଜସ୍ୱ ପାରିବାରିକ ଓ ବିଭିନ୍ନ ଜନ ଉପଯୋଗୀ ମାମଲାମାନ ଅଦାଲତଙ୍କ ପକ୍ଷରୁ ସର୍ବମୋଟ ୬୮,୧୨୪ ଗୋଟି ଆଗତ କରାଯାଇ ସେଥି ମଧ୍ୟରୁ ଆପୋଷ ଆଲୋଚନା ଓ ସହମତି ଭିତ୍ତିରେ ରେକର୍ଡ ସଂଖ୍ୟକ ୪୧,୯୧୫ ଗୋଟି ମାମଲା ଫଇସଲା କରାଯାଇ ୧୪,୪୨,୦୩,୩୧୧ ଟଙ୍କା ସେଟେଲମେଣ୍ଟ କରାଯାଇଥିଲାା
ଉକ୍ତ ଲୋକ ଅଦାଲତରେ ସଚିବ, ସୌଦାମିନୀ ସିଂଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ନିଜ ନିଜ ଅଦାଲତରେ ମାମଲା ଫଇସଲା କରିଥିଲୋ ଶେଷରେ ଜିଲ୍ଲା ଜଜ୍ ଶ୍ରୀ ନିଶିଥ ନିଶାଙ୍କ ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳତା ପାଇଁ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଆଇନଜୀବୀ ଏବଂ ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ପରବର୍ତ୍ତୀ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ୦୯/୦୯/୨୦୨୩ରେ ପୁନଶ୍ଚ ଅନୁଷ୍ଠିତ ହେବ ବୋଲି ପ୍ରକାଶ କରିଥିଲୋ ଜନସାଧାରଣ ଏହାର ସୁଯୋଗ ନେବାକୁ ସେ ପରାମର୍ଶ ଦେଇଥିଲୋ
Sign in
Sign in
Recover your password.
A password will be e-mailed to you.
Next Post