ଭଣ୍ଡାରୀପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରଣଜିତ ପଞ୍ଚାୟତର କୁନ୍ତେଶ୍ୱର ପୀଠକୁ ଯିବା ପାଇଁ ମୁଖ୍ୟ ସମସ୍ୟା ଭାବେ ରାସ୍ତା ସମସ୍ୟା ମୁଣ୍ଡ ଟିକି ଥିବା ବେଳେ ସମାଧାନ ପୂର୍ବକ କଂକ୍ରିଟ ସଡ଼କ ନିର୍ମାଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଆଦର୍ଶ ଗ୍ରାମ ଯୋଜନାର ପାଣ୍ଠି ଓ ଏଫଡିଆର ପାଣ୍ଠିରୁ ୬ ଲକ୍ଷ ୫୦ ହଜାର ଟଙ୍କାରେ ପ୍ରଥମ ପର୍ଯ୍ୟାୟରେ କଂକ୍ରିଟ ସଡ଼କ ନିର୍ମାଣରେ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ପୂର୍ବକ ନିର୍ମାଣ କାର୍ଯ୍ୟରେ ଶିଳାନ୍ୟାସ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣୀତ କାନ୍ତି ସାମଲ,,ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଜୟା ନନ୍ଦ ରାଉତ,ସରପଞ୍ଚ ସୁଜାତା ସାହୁ, ଯୁବ ନେତା ସୁଶାନ୍ତ ମଲ୍ଲିକ, ହରେକୃଷ୍ଣ ଦାସ,ସୁଦର୍ଶନ ରାଉତ,ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।ଏଥି ଅବସରରେ ୫୦ ଲକ୍ଷ ଟଙ୍କାର ପଞ୍ଚାୟତ ବିକାଶ ଯଥା ବିଭିନ୍ନ ରାସ୍ତା, ସୋଲାର ଆଲୋକିକରଣ, ରଣଜିତ ଅଙ୍ଗନୱାଡ଼ି ଗୃହ ନିର୍ମାଣ,ବିଭିନ୍ନ ଦେବା ଦେବୀ ପୀଠର ବିକାଶ,ପଞ୍ଚାୟତ କାର୍ଯ୍ୟାଳୟ ଗୃହ ବିକାଶ ଆଦିର ଶିଳାନ୍ୟାସ କରିଥିଲେ ।
Sign in
Sign in
Recover your password.
A password will be e-mailed to you.