ରାଉରକେଲା, (ବସନ୍ତ କୁମାର ଜେନା):-ରାଉରକେଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି, ଗୋପବନ୍ଧୁ ପାଠାଗାର ଏବଂ ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସଭାଗୃହରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସମ୍ ଏବଂ ସମ୍ ଅଲ୍ଟିମେଟ ହସ୍ପିଟାଲର ଅର୍ଥୋପେଡିକ ସର୍ଜନ ଡାକ୍ତର ଶକ୍ତି ସ୍ବରୂପ ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ସମ୍ମୁଖୀନ ହେଉଥିବା ଆଣ୍ଠୁ-ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ଏବଂ ଏହାର ପ୍ରତିକାର ସମ୍ବନ୍ଧରେ ଆଲୋଚନା କରିବା ସହ ପାଓ୍ବାର ପଏଣ୍ଟ ଉପସ୍ଥାପନ ମାଧ୍ୟମରେ ବୁଝାଇ ଥିଲେ। ଆଲୋଚନା ଶେଷରେ ଶ୍ରୋତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ପ୍ରାଞ୍ଜଳ ଭାବରେ ବୁଝାଇଲେ। ଇଂ. ନବଘନ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହ ସ୍ବାଗତ ଭାଷଣ ଦେଇଥିଲେ। ଲକ୍ଷ୍ମଣ ନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶ୍ରୀମତୀ ନମିତା ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିବାବେଳେ ଶ୍ରୀମତୀ ସ୍ନିଗ୍ଧା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ମହିଳା ସମିତିର ସଭାନେତ୍ରୀ ସବିତା ସାହୁ, ସାବିତ୍ରୀ ଦାସ, ଗୀତା ମିଶ୍ର, ସୁପ୍ରଭା ରାୟ, ମଞ୍ଜୁବାଳା ମହାପାତ୍ର, ନନ୍ଦିତା ବେହେରା, ଡାକ୍ତର ଗୋକୁଳାନନ୍ଦ ମହାପାତ୍ର, ହରିହର ନାୟକ ପ୍ରମୁଖ ସହାୟତା କରିଥିବା ବେଳେ ତିନୋଟି ଯାକ ଅନୁଷ୍ଠାନର ଶତାଧିକ ସଦସ୍ୟ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.