ନୟାଗଡ଼,୮ା୫: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକସଂଘର ରାଜ୍ୟ ସଭାପତି ଭାବେ ଶିକ୍ଷକ ନେତା ରମଣୀ ରଞ୍ଜନ ତ୍ରିପାଠୀ ଏବଂ ସାଧାରଣ ସମ୍ପାଦକ ଭାବେ ଚାରୁଲତା ମହାପାତ୍ର ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜ୍ୟ ସଂଯୋଜକ ଭାବେ ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋତିରଂଜନ ଦାସ ନିର୍ବାଚିତ ହୋଇଛନ୍ତି । ଗତକାଲି ଭୁବନେଶ୍ୱର କସ୍ତୁରବା ନାରୀ ସଦନଠାରେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରତିନିଧି ମଣ୍ଡଳୀ ଯୋଗଦାନ କରି ମତ ସାବ୍ୟସ୍ତ ୍କରିଥିଲେ । ତେବେ ନବ ନିର୍ବାଚିତ ରାଜ୍ୟ ସଭାପତି,ସାଧାରଣ ସମ୍ପାଦକ ଏବଂ ରାଜ୍ୟ ସଂଯୋଜକଙ୍କୁ ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରାଯାଇଛି । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ଜ୍ୟୋତି ରଞ୍ଜନ ଦାଶ ଏବଂ ସମ୍ପାଦକ ଭକ୍ତ ରଂଜନ ମିଶ୍ର ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ବିପିନ ବିହାରୀ ଦାସ ଏବଂ ସମ୍ପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର ପ୍ରମୁଖ ନୂତନଭାବେ ନିର୍ବାଚିତ ରାଜ୍ୟସଂଘ ସଭାପତି ଏବଂ ସମ୍ପାଦକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ନୂତନ ନେତୃତ୍ୱ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ଜିଲ୍ଲା ଏବଂ ବ୍ଲକ ସଂଘ ପକ୍ଷରୁ ଆଶା ପୋଷଣ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.