ଏମଏମସିଏଚ ପକ୍ଷରୁ ନର୍ସିଂ ସପ୍ତାହ ପାଳନ ଅବସରରେ ସଚେତନତା ଶୋଭାଯାତ୍ରା

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସ୍ଥିତ ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲ ତାଲିମ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତୀୟ ନର୍ସିଂ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ଘୁ.ଉଦୟଗିରି ସହର ପରିକ୍ରମା କାର୍ଯ୍ୟକ୍ରମ ହୋଇଛି I ଆଜି ସକାଳେ ତାଲିମ କେନ୍ଦ୍ରର ଆଡ଼ମିନିଷ୍ଟ୍ରେଟର ଡାକ୍ତର ପ୍ରଦୀପ କୁମାର ମଲିକଙ୍କ ନେତୃତ୍ବରେ ତାଲିମ ନେଉଥିବା ୫୦ ଜଣ ନର୍ସିଂ ଛାତ୍ରଛାତ୍ରୀମାନେ ଏକ ଶୋଭା ଯାତ୍ରାରେ ବାହାରି ସ୍ଥାନୀୟ ଥାନାଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରି ଟେଣ୍ଡେଣ୍ଟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶିଷ କୁମାର ତ୍ରିପାଠୀ, ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ଶ୍ରୀମତୀ ଭାନୁପ୍ରଭା ମିଶ୍ର ପ୍ରମୁଖଙ୍କୁ ସାକ୍ଷାତ କରି ଫୁଲ ତୋଡ଼ା ଦେବା ସହ ଆନ୍ତର୍ଜାତୀୟ ନର୍ସିଂ ଦିବସ ୨୦୨୩ ମହତ୍ତ୍ୱ ସମ୍ପର୍କରେ ଅଵଗତ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରିନ୍ସିପାଲ ମିସ ଗ୍ଲୋରି ନାୟକ, ଡାକ୍ତର ଦେବରାଜ ଦାସ, ସମ୍ପାଦକ ଆଲୋକ ଚନ୍ଦ୍ର ନାୟକ, ଶିକ୍ଷୟତ୍ରୀ ସଂଗୀତା ସାହୁ, ତୃପ୍ତି ମୟୀ ମିଶ୍ର, ନଳୀନ ନାୟକ, ଡି ପ୍ରିୟଙ୍କା ଓ ସ୍ୱାଗତିକା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ଆସନ୍ତା ୧୨ ତାରିଖରେ ଆନ୍ତର୍ଜାତୀୟ ନର୍ସିଂ ଦିବସ ପାଳନ ହେବାକୁ ଥିବାରୁ ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଥିବା ମୁର୍ଷ ହେଡ ମେମୋରିଆଲ ଖ୍ରୀଷ୍ଟିଆନ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି I ପ୍ରତ୍ୟେକ ବର୍ଷ ଏହିଭଳି ଏମଏମସିଏଚ ପକ୍ଷରୁ ନର୍ସିଂ ସପ୍ତାହ ଅବସରରେ ତାଲିମ କେନ୍ଦ୍ର ପକ୍ଷରୁ ସଚେତନତା ଶୋଭାଯାତ୍ରା କରାଯାଇଥିବା ତାଲିମ କେନ୍ଦ୍ର ପକ୍ଷରୁ କୁହାଯାଇଛି I

Leave A Reply

Your email address will not be published.