ବାସୁଦେବପୁର/ ପ୍ରତାପ ପାଢ଼ୀ : ବାସୁଦେବପୁର ବ୍ଲକର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀ ଛାତ୍ର ବିନମ୍ର କୁମାର ଶତପଥୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି।
ସେ “ବାଇଚଢ଼େଇ” ର ସମ୍ପାଦକ ବିକାଶ କୁମାର ଶତପଥୀ ଓ ବନିତା ନନ୍ଦଙ୍କ ପୁତ୍ର। ଏକାଧାରରେ ସେ ଜଣେ ମେଧାବୀ ଛାତ୍ର,ଶିଶୁକବି ଓ ଶିଶୁ କଳାକାର।ସେ ବ୍ଲକ,ମୁନିସିପାଲଟି,ଜିଲ୍ଲା ଓ ରାଜ୍ୟର ବହୁ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଶତାଧିକ ପୁରସ୍କାର ଆଣିଛନ୍ତି।ନିଜର ସୃଜନଶୀଳ ପ୍ରତିଭାରେ ୧୦୦ଟି ଗ୍ରାଫିକ୍ସ ଡିଜାଇନ୍ କରି ୧୩ ବର୍ଷ ବୟସରେ ସର୍ବଭାରତୀୟ ସ୍ତରରେ କୁନି ଡିଜାଇନର ଭାବେ ସ୍ଵୀକୃତି ହାସଲ କରିଛନ୍ତି ।ଏହି ପୁରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବା ସହ ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି।ଭବିଷ୍ୟତରେ ଓଡ଼ିଶାର ଲୋକକଳାକୁ ନିଜ ପ୍ରତିଭା ଦ୍ଵାରା ବିଶ୍ୱ ଦରବାରରେ ପରିଚିତ କରାଇବା ସହିତ ଜଣେ ବୈଜ୍ଞାନିକ ହେବେ ବୋଲି କହିଛନ୍ତି ବିନମ୍ର।
Sign in
Sign in
Recover your password.
A password will be e-mailed to you.