କାମାକ୍ଷାନଗର – କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟ ରେ ଆଜି ଦିନ ୩ ଘଟିକା ସମୟ ରେ ଓଡ଼ିଶା ସରକାର ଙ୍କ ମୁକ୍ତା ଯୋଜନା ର ଅଧକ୍ଷା ମୀରା ପରିଡ଼ା ପହଁଞ୍ଚିବା ପରେ ନଗରପାଳ ଧର୍ମାନନ୍ଦ ପରିଡ଼ା, ସମସ୍ତ କାଉନସିଲର, ନାରୀନେତ୍ରୀ ରଞ୍ଜିତା ବେହେରା, ବିଜେଡ଼ି ଯୁବ ସଭାପତି ସମ୍ବିତ ସୂର୍ଯ୍ୟ ସାହୁ, ବିଜେଡ଼ି ଛାତ୍ର ନେତା ଯଜ୍ଞେଶ୍ଵର ନାଏକ, ସମସ୍ତ ଅଫିସ୍ ଷ୍ଟାଫ୍ , ସମସ୍ତ ୱାର୍ଡ ର କୋଆଡିନେଟର ଏବଂ ସ୍ଵଂୟ ସହାୟକ ଗୋଷ୍ଟୀ ଙ୍କ ଉପସ୍ଥିତି ରେ ଉପନଗରପାଳ ଶ୍ରୀମତୀ ଶକୁନ୍ତଳା ସେଠୀ ପୁଷ୍ପଗୁଛ , ଉତି ଦେଇ ସ୍ବାଗତ କରିଥିଲେ। ତାପରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ର ସଭାଗୃହ ରେ ମୁକ୍ତା ଯୋଜନା ର ସମୀକ୍ଷା ବୈଠକ ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ରେ ମୁକ୍ତା ଯୋଜନା ର ଅଧ୍ୟକ୍ଷା ମୀର ପରିଡ଼ା ନିଜ ବକ୍ତବ୍ୟ ରେ କହିଲେ ଯେ ଓଡ଼ିଶା ସରକାର ଙ୍କ ଅନେକ ଯୋଜନା ମଧ୍ୟ ରେ ମୁକ୍ତା ଯୋଜନା ଏକ ସୁନ୍ଦର ଯୋଜନା। ଏହି ଯୋଜନା ମାଧ୍ୟମ ରେ ଅର୍ବାନ ଏରିଆ ମାନଙ୍କରେ ପ୍ଲାଣ୍ଟେସନ, ୱାଟର ସପ୍ଲାଏ ଠୁ ଆରମ୍ଭ କରି ଚିଲ୍ଡ୍ରେନ ପାର୍କ ପର୍ଯ୍ୟନ୍ତ ସବୁ ବିଷୟ ରେ ଏସଏଜି ଗ୍ରୁପ୍ ମାନଙ୍କ ସହ ଆଲୋଚନା ହୋଇଥିଲା ଏବଂ ସେମାନେ ଏଥିରୁ କେତେ ଲାଭବାନ ହୋଇପାରିଛନ୍ତି ଓ ଏହି ମୁକ୍ତା ଯୋଜନା ରେ ଆଉ କଣ ଅନ୍ତର୍ଭୁକ୍ତ କଲେ ଏହା ଆହୁରି ଭଲ ହୋଇପାରିବ ତାହା ମଧ୍ୟ ଗ୍ରୁପ୍ ମାନଙ୍କ ସହ ଆଲୋଚନା କରି ଥିଲେ, ଯାହା କି ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇବେ ବୋଲି କହିଛନ୍ତି । ଏହା ସହ ଏସ ଏ ଜି ଗ୍ରୁପ୍ ର ମହିଳା ମାନଙ୍କ ସହ ଆଲୋଚନ କରି ଜାଣିବାକୁ ପାଇଲେ ଯେ ଗ୍ରୁପ୍ ର ମହିଳା ମାନେ ମୁକ୍ତା ଯୋଜନା ର କାମ ଗୁଡିକ ଠିକ୍ ଭାବରେ ତଦାରଖ କରିପାରୁଛନ୍ତି। ଏଥି ପାଇଁ ସେ ଖୁସି ବ୍ୟକ୍ତ କରିଛନ୍ତି। ତା ସହ ନଗରପାଳ ଧର୍ମାନନ୍ଦ ପରିଡ଼ା ଙ୍କ ନେତୃତ୍ବ ରେ ହେଉଥିବା ଉନ୍ନତୀ ମୂଳକ କାର୍ଯ୍ୟ ରେ ଖୁସି ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.