ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଆଚାର୍ଯ୍ୟ ଆଚାର୍ଯ୍ୟା ଶୈକ୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

0

ନୟାଗଡ଼(ଲକ୍ଷ୍ମୀଧର ସାହୁ):ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ନୟାଗଡ଼ ରେ ଗତ ଅପ୍ରେଲ ୨୫ ତାରିଖରୁ ଚାଲିଥିବା ଆଚାର୍ଯ୍ୟା ଆଚାର୍ଯ୍ୟ ଶୈକ୍ଷିକ ପ୍ରଶିକ୍ଷଣ ଶିବିରର ଆଜି ଉଦଯାପନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ଶ୍ରୀଧର ସାହୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇ ” ଜଣେ ଶିଖିଲେ ଶିଖାଇ ପାରିବ ବୋଲି କହିବା ସହିତ ସମଗ୍ର ଆମ ଓଡିଶା ରାଜ୍ଯରେ ୬୫ ହଜାର ବିଦ୍ଯାଳୟ ରୁ ବେସରକାରୀ ବିଦ୍ଯାଳୟ ସଂଖ୍ଯା ମାତ୍ର ୦୪ ହଜାର ଏବଂ ୬୧ ହଜାର ବିଦ୍ଯାଳୟ ହେଉଛି ସରକାରୀ।ସରକାରୀ ସ୍ତରରେ ସମସ୍ତ ପ୍ରକାର ଶୈକ୍ଷିକ ପ୍ରଶିକ୍ଷଣ ବ୍ଯବସ୍ଥା ଥିବାବେଳେ ବେସରକାରୀ ତଥା ଘରୋଇ ବିଦ୍ଯାଳୟ ମାନଙ୍କରେ ସେଭଳି କୌଣସି ବ୍ଯବସ୍ଥା ନ ଥିଲେ ମଧ୍ୟ ଘରୋଇ ବିଦ୍ଯାଳୟ ମାନେ ଭଲ ରେଜଲ୍ଟ କରୁଥିବାରୁ ଧନ୍ଯବାଦ ପ୍ରଦାନ କରିଥିଲେ।ଜାତୀୟ ଶିକ୍ଷା ନୀତି ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ଯବସ୍ଥା ଆୟୋଜନ କରିଥିବାରୁ ବିଦ୍ଯାଳୟ ସଂପାଦକଙ୍କୁ ମୁଖ୍ଯ ଅତିଥି ସାଧୁବାଦ ଜଣାଇ ଥିଲେ। ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରୁଣ କୁମାର ମହାନ୍ତି ଯୋଗଦେଇ ଘରୋଇ ବିଦ୍ଯାଳୟରେ ସରକାରୀ ରିସୋର୍ସ ପର୍ସନ ମାନଙ୍କୁ ନେଇ ଆୟୋଜନ କରାଯାଇଥିବା ପ୍ରଶିକ୍ଷଣ ବ୍ଯବସ୍ଥା କୁ ପ୍ରସଂଶା କରିଥିଲେ। ଏହି ପ୍ରଶିକ୍ଷଣ ଶିବିର ରେ ପ୍ରଶିକ୍ଷକ ଭାବେ ଯୋଗଦେଇ ଥିବା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ପାତ୍ର,ଗୋକୁଳ ଚନ୍ଦ୍ର ମାର୍ଥା,ପ୍ରଦୀପ କୁମାର ସାହୁ ଓ ରବିନ୍ଦ୍ର କୁମାର ମହାପାତ୍ରଙ୍କୁ ଅନୁଷ୍ଠାନ ତରଫରୁ ମୁଖ୍ଯ ଅତିଥି ସମ୍ମାନିତ କରିଥିଲେ। ପରିଶେଷରେ ବିଦ୍ଯାଳୟର ପ୍ରିୟମ୍ବଦା ଗୁରୁମା ଧନ୍ଯବାଦ ଅର୍ପଣ କରିଥିଲେ।।

Leave A Reply

Your email address will not be published.