ଝରୀଗାଁ/ ନବରଙ୍ଗପୁର: ଅଶୋକ ସାହୁ.-ଆଜି ଚତୁର୍ଥ ପର୍ଯ୍ୟାୟ ରେ ମୁଖ୍ୟମନ୍ତ୍ରୀ ପାଞ୍ଚଟି ଜିଲ୍ଲାର 323ଟି 5T ସ୍କୁଲ କୁ ଲୋକାର୍ପିତ କରିଥିବା ବେଳେ ସେଥି ମଧ୍ୟରେ ନବରଙ୍ଗପୁର ଜିଲ୍ଲାର 76ଟି ସ୍କୁଲ ଅନ୍ତର୍ଭୁକ୍ତ ରହିଛି |ନବରଙ୍ଗପୁର ଜିଲ୍ଲାର 76ଟି ସ୍କୁଲ ମଧ୍ୟରେ ଝରୀଗାଁ ବ୍ଲକ ର 11ଟି ସ୍କୁଲ ରହିଛି |ଝରୀଗାଁ ବ୍ଲକ ର 11ଟି ସ୍କୁଲ ମଧ୍ୟରେ ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି | ରାମସା 5T ସ୍କୁଲ ର ଶୁଭ ଉଦଘାଟନ ସମାରୋହ ରେ ମୁଖ୍ୟ ଅତିଥିଭାବେ ପାଲିଆ ସରପଞ୍ଚ ଶ୍ରୀମତୀ ରାଧା ସାନ୍ତା ଯୋଗଦେଇଥିଲେ |ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି, ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅବିଭାବକ ସମସ୍ତେ ମିଳିତ ଭାବେ ସ୍କୁଲ ଗେଟ ସମ୍ମୁଖରେ ଶ୍ରୀ ଗଣେଶ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପୂଜାର୍ଚନା କରିଥିଲେ ଓ ସରପଞ୍ଚ ଙ୍କ କର କମଳ ରେ ଫିତା କାଟି ବିଦ୍ୟାଳୟ ଭିତରକୁ ସମସ୍ତେ ପ୍ରବେଶ କରିଥିଲେ |ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ପାଲିଆ କ୍ଲଷ୍ଟର ର ସି ଆର ସି ସି ସଂଗ୍ରାମ କେଶରୀ ବଡ଼ଜେନା, ସମିତି ସଭ୍ୟା ଶ୍ରୀମତୀ ମଦନା ଦେଇ ଗୌଡ଼, ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ସୁରେନ୍ଦ୍ର ଦୁର୍ଗା, ରାମସା 1 ଅଙ୍ଗନବାଡି କର୍ମୀ କୁନ୍ତଳା ହରିଜନ, ରାମସା 2ଅଙ୍ଗନବାଡି କର୍ମୀ ଭାଗ୍ୟବତୀ ହରିଜନ, ଧନେର ପୂଜାରୀ, ଜମେ ପୂଜାରୀ, ଭାଗିରଥି ଭତରା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନଙ୍କ ମାତାପିତା ଏବଂ ଅବିଭାବକ ମାନେ ଉପସ୍ଥିତ ରହିଥିଲେ |ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ନେତମ, ବେଣୁଧର ଭତରା, ମାନସ ରଞ୍ଜନ ମେହେର, ଗୋପୀନାଥ ଭତରା, ଉତ୍ତମ କୁମାର ପ୍ରଧାନ, ଶିବ ପ୍ରସାଦ ସାହୁ, ଭାବଗ୍ରାହୀ ଲେଙ୍କା, ସବିତା ନାଟୁଆ, ସୁଜାତା ପେଣ୍ଠଇ ଏବଂ କ୍ରୀଡା ଶିକ୍ଷକ ଦୀପକ କୁମାର ସିଂ ଉପସ୍ଥିତ ରହିଥିଲେ |ରାମସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କୁ 5T ସ୍କୁଲ ରେ ଅନ୍ତର୍ଭୁକ୍ତ କରିଥିବାରୁ ସ୍କୁଲ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ , ଅବିଭାବକ ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ କୃତଜ୍ଞତା ଜଣେଇଛନ୍ତି |
Sign in
Sign in
Recover your password.
A password will be e-mailed to you.