ସଭିଏଁ କାନ୍ଦୁଛନ୍ତି ହେଲେ  କାହା ଆଖି ଭିଯୁନି, ଚାଷୀ ଯେଉଁ ତିମିରେକୁ ସେଇ ତିମିରେ 

0

 

ଦେଢଶୁର ଭାଇବୋହୁ ଢଙ୍ଗ ଛାଡ଼ନ୍ତୁ ଧର୍ମେନ୍ଦ୍ର : ଦାମ  

ଦାମ  ପାଗଳର ପ୍ରଳାପ କରୁଛନ୍ତି : ବିଶ୍ୱ ଭୂଷଣ 

ଭୁବନେଶ୍ୱର/dinabandhu nayak -ଚକଡା ପୋକ ପ୍ରସଙ୍ଗରେ ଚାଷୀଙ୍କ ଦୁର୍ଦଶା ବଳିଯାଉଥିବା ବେଳେ ନେତାଙ୍କ ବୟାନବାଜି ଓ ରାଜନୀତି ସରୁନି  ।  ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହୁଅନ୍ତୁ ବା ରାଜ୍ୟ କୃଷି ମନ୍ତ୍ରୀ ଡ଼ ଦାମୋଦର ରାଉତ ହୁଅନ୍ତୁ, କେହି କାହାକୁ କାମ ନୁହେଁ ।  ଗାଁ ମାଇପେଙ୍କ କଳି ଭଳି ରାଜ୍ୟର ଚାଷ ପ୍ରସଙ୍ଗରେ ନିଜ ପତିଆରା ଦେଖାଇବା ପାଇଁ  କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଚିଠି ଲେଖି  ବା ଆଲୋଚନା କରି ଫଳ ମିଳୁ ନମିଳୁ ରାଜ୍ୟସରକାରଙ୍କ ବିଫଳ ପ୍ରମାଣିତ କରିବା ପାଇଁ ବିବୃତି ଟିଏ ଦେଇଦେଉଛନ୍ତି ବା ଦିଆଉଛନ୍ତି, ଆଉ  ଏପଟେ ରାଜ୍ୟ କୃଷିମନ୍ତ୍ରୀ ଦାମ ବାବୁ ନିଜ ତୁଣ୍ଡ ଗଲୁ ମାରିବା ପାଇଁ ଜବାବ ଦେଉଛନ୍ତି । ଆଉ ଦାମ ବୟାନ ଦେଇଦେବା ପରେ ବିଜେପି ପକ୍ଷରୁ କୌଣସି ଜଣେ ନେତା ଦାମଙ୍କୁ ପାଗଲ ମାଗଲ କହି ବିବୃତି ଦେଇ ଦେଉଛନ୍ତି । ଏମିତି ଯାତ୍ରା ଚାଲିଛି ରାଜ୍ୟରେ, ଆଉ ବିଜେପୁର ନିର୍ବାଚନକୁ ଆଖିରେ ରଖି ଏବେ ଅରୁଚିକର ବାକବିତଣ୍ଡା ତୀଵ୍ରରୂପ ଧାରଣ କରିଛି ।  ହେଲେ ଚାଷୀ ଯେଉଁ ତିମିରେ କୁ ସେଇ ତିମିରେ । ଅବଶ୍ୟ ସର୍ବକାଳୀନ ରେକର୍ଡ ଭାବେ ଚକଡା ପୋକ ପାଇଁ ୧୩୭ କୋଟି ତାଙ୍କର ସହାୟତା ଘୋଷଣ କରିବା ସହ ଜ଼ିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ତୁରନ୍ତ ସେ ସହାୟତା ଚାଷୀ ପାଖରେ ପହଂଚାଇବା ଲାଗି । ହେଲେ ବାସ୍ତବରେ ସେ ସହାୟତା ଚାଷୀଙ୍କ ପାଖରେ ପହଁଚୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।  ହେଲେ  ରାଜ୍ୟରେ ରୋଗପୋକ ପ୍ରସଙ୍ଗରେ କିନ୍ତୁ ବ୍ୟାନବାଜି ସାରିବା ନା ଧରୁନି ।  ଏବେ ଦାମଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି ଏକଦା ତାଙ୍କର କ୍ୟାବିନେଟ ସହଯୋଗୀ ରହି ଆସିଥିବା ବିଶ୍ୱଭୂଷଣ ହରିଚନ୍ଦନ ।  ଦାମବାବୁଙ୍କୁ ସେ ଏକ ପ୍ରକାର ପାଗଳ ବୋଲି କହିବାକୁ ପଛାଉ ନାହାନ୍ତି । 

ଚକଡା ପୋକ ସମସ୍ୟା ଆସିପାରେ ବୋଲି ସେ ନେଇ ପୂର୍ବରୁ ସତର୍କ କରାଯାଇଥଲା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ଅଭିଯୋଗ ପ୍ରସଙ୍ଗରେ କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ଓଡିଶାର ଚାଷୀ ମାନେ ଯେତେବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେତେବେଳେ ଚାଷୀ ମାନଙ୍କୁ ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ଚେଷ୍ଟା କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ମାନେ ଏପରି ବୟାନ ଦେଇ ଅସନ୍ତୋଷ ସୃଷ୍ଟି ନକରନ୍ତୁ  ।  ଚାଷୀଙ୍କ ସମସ୍ୟା ନେଇ କେନ୍ଦ୍ର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀ କିମ୍ବା ମୋ ସହ ଅ।ଲୋଚନା କରନ୍ତୁ । ଧର୍ମେନ୍ଦ୍ରଙ୍କ ଘର ଓଡ଼ିଶାରେ । ଓଡ଼ିଶା ବିଷୟରେ ସେ ଓଡ଼ିଶାରେ ଅ ।ଲୋଚନା କଲେ ଭଲ ହେବ । କେନ୍ଦ୍ରରେ ଯାଇ କଣ ପାଇଁ ଗୁହାରି କରୁଛନ୍ତି  ।  ଦେଢ଼ଶୂର-ଭାଇବୋହୂ  ଭଳି କାହିଁକି ଆଚରଣ କରୁଛନ୍ତି  ।  ରାଜ୍ୟ କଣ କେନ୍ଦ୍ର ଠାରୁ ଅଲଗା  । ଏହା ଏକ ସଂଘୀୟ ବ୍ୟବସ୍ଥା । ରାଜ୍ୟ ସରକାର ତାଙ୍କ କାମ କରୁଛନ୍ତି  । କେଉଁଠାରେ ତ୍ରୁଟି ବିଚ୍ୟୁଚି ହେଲେ କେନ୍ଦ୍ର ସହାୟତା ଯୋଗାଇ ଦେବା କଥା  । ସେପରି ନକରି କେନ୍ଦ୍ର ଏପରି ମନ୍ତବ୍ୟ କଣ ପାଇଁ ଦେଉଛି  । ଓଡିଶା ଚାଷୀ ସମସ୍ୟାରେ ପଡିଥିବା ବେଳେ କେନ୍ଦ୍ର ସହାୟତା ଯୋଗାଇବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ୟମ କଲେ ସୁନାପୁଅ ହୋଇପାରନ୍ତେ  । ସଉତୁଣି ପରି କଜିଆ  କଲେ ସମାଧାନ କିପରି ହେବ  ବୋଲି ଡା. ରାଉତ ପ୍ରଶ୍ନ କରିଛନ୍ତି  ।  ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଚାଷ  ଜନିତ ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ କର୍ତବ୍ୟ କରୁଛନ୍ତି । କେନ୍ଦ୍ର ସମାନ୍ତରାଳ ସରକାର ଚଳାଇଲା ପରି କାର୍ଯ୍ୟ କରୁଛନ୍ତି, ଯାହା ଗଣତନ୍ତ୍ର ପତି ବିପଦ । କେନ୍ଦ୍ର ସତେ ଯେମିତି ବ୍ୟକ୍ତିଗତ ଟଙ୍କା ଏବଂ ବ୍ୟାଙ୍କରୁ ଅ ।ଣି ଦେବା ଭଳି ମନ୍ତବ୍ୟ ଦେଉଛି । 

ଅନ୍ୟପକ୍ଷରେ ବିଜେପି କି ଛାଡିବା ଲୋକ ! ମନ୍ତ୍ରୀ ଦାମ ରାଉତଙ୍କୁ ଜବାବ ଦେଇଛନ୍ତି ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେ କହିଛନ୍ତି, ମନ୍ତ୍ରୀ ପାଗଳର ପ୍ରଳାପ କରୁଛନ୍ତି । ଏହାସହିତ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି । ସଂଘୀୟ ବ୍ୟବସ୍ଥା ଉପରେ ତାଙ୍କର ଜ୍ଞାନ ନାହିଁ ବୋଲି ସେ କହିଛନ୍ତି  । 

Leave A Reply

Your email address will not be published.