ବିଜେପିର ହାବଭାବ ଦେଖି ବଦଳୁଛି ନବୀନଙ୍କ ଷ୍ଟାଇଲ

0

 

ଏବେ ତରତର ନୁହେଁ ଭାବିଚିନ୍ତି କାର୍ଯ୍ୟାନୁଷ୍ଠାନ 

 ଭୁବନେଶ୍ୱର /chakradhar majhi  : ଆଗରୁ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିର୍ଦୋଷ ସାବ୍ୟସ୍ତ ହେବ ଯାଏ ନେତାଙ୍କୁ  କୋଉ ସନ୍ଦୀକୁ ଫିଙ୍ଗି ଦେଉଥିବା ଏପରିକି ଦୁର୍ନୀତି ର ଛାୟାରେ ମୁଣ୍ଡ ଗଡାଇଦେଉଥିବା ନବୀନ ବାବୁ ଏବେ ତାଙ୍କ ଷ୍ଟାଇଲ ବଦଳାଇଲା ପରି ଲାଗୁଛି । ବିଜେପି ନେତାମାନେ ବାରମ୍ବାର ସିବିଆଇ ଧମକ ଦେଉଥିବା ବେଳେ ସିବିଆଇକୁ ବ୍ୟବହାର କରି ବିଜେଡିର ଆଉ କିଛି ନେତାଙ୍କୁ ବାନ୍ଧିବା ଯୋଜନାରେ ବିଜେପି ରହିଥିବା ପୂର୍ବାନୁମାନ କରିଛନ୍ତି ନବୀନ । ଆଉ ଏବେ ଅଭିଯୋଗ ନୁହେ, ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାନୁଷ୍ଠାନ ନ କରିବା ପାଇଁ ନିଷ୍ପତ୍ତି ଆପତତ ନେଇଛନ୍ତ ନବୀନ ବାବୁ ।  ଚିଟ ଫଣ୍ଡ  ମାମଲାରେ ଗିରଫ ହୋଇ ଜେଲ ଯିବା ପରେ ବି କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଂକ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ବିଜୁ ଜନତା ଦଳ ପକ୍ଷରୁ ନିଆ ଯାଇନଥିବା ବେଳେ ଅନୁରୂପ ମାମଲାରେ ଗିରଫ ହୋଇ ଜେଲ ଯାଇ ଜାମିନରେ ଆସିଥିବା ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ଘଟଣାରୁ ଏହା ସ୍ପଷ୍ଟ ହୋଇଯାଉଛି  । ମୋଟା ମୋଟି ଭାବେ ଯେଉଁ କାରଣରୁ ପ୍ରଭାତ ତ୍ରିପାଠୀଙ୍କୁ ନିଲମ୍ବନ କରାଯାଇଥିଲା ସେଇ ଏକା ଅଭିଯୋଗରେ କଟକ ଚୌଦ୍ୱାର ବିଧାୟକଙ୍କ ବିରୋଧରେ ଦଳ ଏ ଯାଏ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ ମନେ କଲାନି ବିଜେଡି । ଏପରିକି ପ୍ରଭାତଙ୍କୁ ପାଇଁ ବଡମେଡିକାଲ କୁ ଜେଲ କରିଦିଆଯାଉଛି । ସେତେବେଳେ ଲୋକ ଲଜ୍ଜାକୁ ଡରି ଅବା ଲୋକଙ୍କ ଆଖିକୁ ଧୂଳି ଦେବା ପାଇଁ  ପ୍ରଭାତ, ସୁବର୍ଣ୍ଣ  ନାୟକ ଓ ରାମ ହାଁସଦା ଉପରେ ନିଲମ୍ବନ ଲାଗୁ କରାଯାଇଥିଲା ବୋଧ ହୁଏ ! ଏବେ ପ୍ରଭାତ ବିଶ୍ୱାଳଂକ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଓ ପ୍ରଭାତ  ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଘଟଣାରୁ ଦିଟି ଜିନିଷ ସ୍ପଷ୍ଟ । ବିଜେଡି ସଭାପତି ନବୀନ ବାବୁ ତାଙ୍କ ଆଭିମୁଖ୍ୟର ପରିବର୍ତନ କରିଦେଇଛନ୍ତି । ପ୍ରଥମତଃ ନବୀନ ବାବୁଙ୍କ ହୃଦବୋଧ ହୋଇଛି ଯେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡି ନେତା ମନେ ଇନୋସେଣ୍ଟ,ଆଉ ବିଜେପି ଜାଣିଶୁଣି ବିଜେଡି ନେତା ମାନଙ୍କୁ ଜଣକ ପରେ ଜଣେ ଗିରଫ କରି ତାଙ୍କ ସରକାରଙ୍କୁ ବଦ୍ନାମ କରିବାକୁ ହୀନ ଚେଷ୍ଟା କରୁଛି । ନଚେତ ନବୀନ ବାବୁ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ! ତେଣୁ ଦୁଇଟିଯାକ କାରଣ ଭିତରୁ ଯେଉଁଟି ସତ ହୋଇଥାଏ, ସେଥିରୁ ଏହା ସ୍ପଷ୍ଟ ଯେ ନବୀନ ବାବୁ ତାଙ୍କ ହାବଭାବରେ ପରିବର୍ତନ କଲେଣି । ଓଡିଶା ଗସ୍ତରେ ଆସୁଥିବା କେନ୍ଦ୍ର ମନ୍ତ୍ରୀମାନଙ୍କ ଖାସ କରି ବିଜେପି ସଭାପତି ଅମିତ ଶାହଙ୍କ ସିବିଆଇ ଥୋପ ପରୀପ୍ରେକ୍ଷୀରେ ଆଗକୁ ତାଙ୍କ ସରକାରକୁ ବଦ୍ନାମ କରିବା ଲାଗି ବିଜେପି ଓଡ଼ିଶାରେ ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସିବିଆଇ ମାଧ୍ୟମରେ ଭିଆଣ କରିବାର ଆଶଙ୍କା ରହିଥିବା ଅନୁଭବ କରିଛନ୍ତି ନବୀନ । ସିବିଆଇ କାର୍ଯ୍ୟାନୁଷ୍ଠାନ କାରଣରୁ ନେତାଙ୍କୁ ଦଳରୁ ନିଲମ୍ବନ କରିବା ଅର୍ଥ ଚିଟ ଫଣ୍ଡ ଦୁର୍ନୀତିକୁ ପରୋକ୍ଷରେ ସ୍ଵୀକାର କରିନେବା ଭଳି ହୋଇଥିବା ଯୋଗୁ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଦଳୀୟ ନେତାଙ୍କ ବିରୋଧରେ କାର୍ଯାନୁଷ୍ଠାନ ଆଉ ନନେଇ ପାରନ୍ତି ନବୀନ ବାବୁ ।

 ହେଲେ ଏଠି ଗୋଟିଏ କଥା ମନେ ପକାଇ ଦିଆଯାଇପାରେ ଯେ ପ୍ରଭାତ ତ୍ରିପାଠୀ ଯେଉଁଦିନ ଗିରଫ ହୋଇଥିଲେ, ତାହାର ଠିକ ଦିନକ ପରେ ଗିରଫ ହୋଇଥିଲେ ବିଜେଡି ସଂସଦ ତଥା ଆଦିବାସୀ ନେତା ରାମଚନ୍ଦ୍ର ହାଁସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ବିଜେପି ବିଧାୟକ ହିତେଶ ବାଗରତୀଙ୍କୁ ସିବିଆଇ ଗିରଫ କରିଥିଲା । ଇତି ମଧ୍ୟରେ ପ୍ରଭାତ ଜାମିନରେ ଆସିଛନ୍ତି । ସୁବର୍ଣ୍ଣଙ୍କ ଆବେଦନକୁ ବିଚାରକୁ ନେଇ ତଥା ଅଭିଯୋଗର ଗୁରୁତ୍ୱ କୁ ଦୃଷ୍ଟିରେ ରଖି ମାନ୍ୟବର ହାଇକୋର୍ଟ ତାଙ୍କୁ ଜାମିନ ଦେଇସାରିଥିବା ବେଳେ ରାମ ହାଂସଦାଂକୁ ଦେଇନାହାନ୍ତି । ଜାମିନରେ ଆସିଥିବା ପ୍ରଭାତଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିବା ବେଳେ, ସୁବର୍ଣ୍ଣ ମଧ୍ୟ ଜାମିନରେ ଆସି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରେ ନିଜକୁ ସକ୍ରିୟ ରଖିଛନ୍ତ ଓ ନିଜ କାର୍ଯ୍ୟକାଳରେ ଆରମ୍ଭ ହୋଇଥିବା ତଥା ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ନିଜ ପୁରୁଣା ସମ୍ପର୍କକୁ ନବୀକରଣ କରୁଛନ୍ତି । 

ତେଣୁ ପ୍ରଭାତ ଓ ସୁବର୍ଣ୍ଣଙ୍କ ମଧ୍ୟରେ ଘଟଣା ସମାନ ଓ ଫରକ କେବଳ ଦୁଇଟି । ପ୍ରଥମ ଫରକ ହେଲା ପ୍ରଭାତ ବିଧାୟକ ଓ ସୁବର୍ଣ୍ଣ ପୂର୍ବତନ ବିଧାୟକ । ୨୦୧୪ ନିର୍ବାଚନରେ ଏକା ସାଧାରଣ ନିର୍ବାଚନ ବେଳେ ଲୋକପ୍ରିୟତା ଥାଇ ଷଡଯନ୍ତ୍ର କାରଣରୁ ଟିକେଟରୁ ବଂଚିତ ହୋଇଥିଲେ ଜିଲ୍ଲା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ବିରୋଧୀ ଭାବେ ଜଣାଶୁଣା ବିଧାୟକ ଭାଗିରଥି ସେଠି ଓ ସୁବର୍ଣ୍ଣ ନାୟକ । ତେଣୁ ସୁବର୍ଣ୍ଣ ସ୍ୱାଧୀନ ଭାବେ ନିର୍ବାଚନରେ ଲଢ଼ିବା ପାଇଁ ତାଙ୍କ ଶୁଭେଛୁମାନେ ବାଧ୍ୟ କରିବା ପରେ ସେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେତେବେଳେ ତାଙ୍କୁ ବୁଝାଇ ସୁଝାଇ ଖୋଦ ନବୀନ ନିବାସ ରେ ନବୀନ ବାବୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ପରାମର୍ଶ ଦେଇଥିଲେ । ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ । ଦ୍ଵିତୀୟ ଫରକ ହେଉଛି ସେ ପ୍ରଭାତ ଉପକୁଳବର୍ତ୍ତୀ ଜିଲ୍ଲାର ପ୍ରଭାବଶାଳୀ ବିଧାୟକ ଆଉ ସୁବର୍ଣ୍ଣ ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାର ଓ ଆଦିବାସୀ ବର୍ଗର ।  

ଚିଟ ଫଣ୍ଡ ମାମଲାରେ ସିବିଆଇ ବିଜେଡିର ତିନିଜଣଙ୍କୁ ଗିରଫ କରିଥିବା ବେଳେ ତା ଭିତରେ ସାମିଲ ଥିଲେ ସୁବର୍ଣ୍ଣ । ଗିରଫ ହୋଇ ଜେଲ ଯିବା ପରେ ଅଦାଲତଙ୍କ ନିକଟରେ ନିଜର ପକଵା ରଖି ପ୍ରଭାତ ତ୍ରିପାଠୀଙ୍କ ପରି ହାଇକୋର୍ଟଙ୍କ ଦ୍ୱାରା ଜାମିନ ପାଇ ସାରିଛନ୍ତି । ହେଲେ ପ୍ରଭାତଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଇଥିବା ବେଳେ ସେହି ନିୟମ ଅନୁସାରେ ଆଦିବାସୀ ବର୍ଗକୁ ପ୍ରତିନିଧିତ୍ବ କରୁଥିବା  ବିଧାୟକ ସୁବର୍ଣ୍ଣ  ନାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଯାଇପାରେ ବୋଲି ଦଳୀୟ ମହଲରେ ଚର୍ଚା ହେଉଛି । ହେଲେ ଦେଖିବାକୁ ବାକି ରହିଲା ସୁବର୍ଣ୍ଣକୁ ଉପରୁ ନିଲମ୍ବନ ପ୍ରତ୍ୟାହାର  କରାଯାଉଛିକି ନାହିଁ  ! 

Leave A Reply

Your email address will not be published.