ବାସୁଦେବପୁର 5T ଲୋକାର୍ପଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ

0

କାମ ସରିନି , ଗୁଆ ଗଡିଆ ପଞ୍ଚାୟତର ଦୁଇ ବିଦ୍ୟାଳୟ ଲୋକାର୍ପିତ

ବାସୁଦେବପୁର – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା 124 ଟି ସ୍କୁଲ ର ଲୋକାର୍ପଣ କରାଯାଇଛି। ଏହି କ୍ରମ ରେ ବାସୁଦେବପୁର ବ୍ଳକ ର ବିଭିନ୍ନ ସ୍କୁଲ ରେ ମଧ୍ୟ ଲୋକାର୍ପଣ କରାଯାଉଥିବା ର ଦେଖାଦେଇଛି। ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଭାସ୍କର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ରେ ଉଦ୍ଘାଟନ ହୋଇ ଯାଇଛି। ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରମ ବନ୍ଦୋର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ପ୍ରଫୁଲ୍ଲ ସାମଲ, ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ, ଉପସ୍ଥିତ ରହି ଥିଲେ। ଏହି ଅବସର ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରୁଚୁଆଲ ମାଧ୍ୟମ ର ଲୋକାର୍ପଣ କରିଥିଲେ। ବାସୁଦେବପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟଜିତ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେରେ ଦେଖ।ଯାଇଛି କିଛି ସ୍କୁଲରେ କାମ ସରି ନ ଥିଲା ବେଳେ ଲୋକାର୍ପଣ କରାଯାଇଛି ବୋଲି ସାଧାରଣ ରେ ନାପସନ୍ଦ କରାଯାଇଛି। ଗୁଆଗଡିଆ ପଞ୍ଚାୟତ ରେ ବୀଣା ପଦା ଓ କମାର ଗାଁ ଠାରେ କାମ ସରି ନାହିଁ | କିନ୍ତୁ ଲୋକାର୍ପଣ କୁ ନେଇସାଧାରଣ ରେ ନାପସନ୍ଦ କରାଯାଇଛି। ସରକାର ଙ୍କ ଏହି ତରବରିଆ ଲୋକାର୍ପଣକୁ ନେଇ ସାଧାରଣ ରେ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.