ନନ୍ଦାହାଣ୍ଡି ବିଡ଼ିଓଙ୍କ ଉଦ୍ୟମରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଥାଇଥାନ ହେଲେ ପୋଲୁଗୁଡାର ଚର୍ଚ୍ଚିତ ୨ ଅଵହେଳିତ ଶିଶୁ

0

ନବରଙ୍ଗପୁର/ ଅଶୋକ ସାହୁ: ଗତ ୮ ଦିନ ତଳେ ନନ୍ଦାହାଣ୍ଡି ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବ୍ଲକର ଜଗନ୍ନାଥପୁର ଗ୍ରାମ ପଂଚାୟତର ପୋଲୁଗୁଡାକୁ ପରିଦର୍ଶନ କରିଥିଲେ।ଏହି ପରିଦର୍ଶନ ସମୟରେ ପୋଲୁଗୁଡା ଗ୍ରାମର ଦିନ ମଜୁରିଆ ତ୍ରିନାଥ ଜାନିଙ୍କ ସମସ୍ୟା ଉପରେ ଜାଣିବାକୁ ପାଇଥିଲେ। ସ୍ତ୍ରୀ  ବିମଳା ଜାନିଙ୍କ ଅକାଳ ବିୟୋଗ ପରେ ତ୍ରିନାଥ ଜାନି ବହୁ କଷ୍ଟରେ ନିଜର ଛୋଟ ଛୋଟ ୪ ଶିଶୁ ପୁତ୍ରଙ୍କୁ ଲାଳନପାଳନ କରୁଥିବା ଓ ସେମାନଙ୍କ ଦେଖାରେଖା କରଥିବା ଯୋଗୁଁ ତ୍ରିନାଥ କୁଲି ମଜୁରୀକୁ ବି ଯାଇ ପାରୁନଥିବା ଯୋଗୁଁ ପରିବାର ବହୁତ ଦୁଃଖ କଷ୍ଟରେ ବଞ୍ଚୁଥିବା ନେଇ ବିଡ଼ିଓ ମହାଶୟ ଜାଣିବାକୁ ପାଇଲେ।  ନିଜର ଚେଷ୍ଟାରେ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ ବୁଧବାର ଦିନ ପୋଲୁଗୁଡା ଅଙ୍ଗନବାଡ଼ି କର୍ମୀ ଜୟନ୍ତୀ ଜାନି ଜରିଆରେ ତ୍ରିନାଥ ଜାନିଙ୍କ ବଡ଼ ଭାଉଜ ମାଗୁଣି ଜାନି ଓ ୪ ଜଣ ଶିଶୁ ପୁତ୍ରଙ୍କୁ ନବରଙ୍ଗପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି ଠାରେ ହାଜର କରାଇଥିଲେ।ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ଅଜାନ୍ତା ଶୁଭଦର୍ଶିନୀ, ସଦସ୍ୟ ସନ୍ତୋଷ ଷଡଙ୍ଗୀ ଓ ରବୀନ୍ଦ୍ର ପଧାନ, ସଦସ୍ୟା ଅନିତା ହୋତା ଓ ବିଜୟଲଷ୍ମୀ ସାହୁ ଉପସ୍ଥିତ ଶିଶୁ ,ତାଙ୍କ ବଡ ମାଆ ଓ ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କ ସହ ବିସ୍ତ୍ରୁତ ଆଲୋଚନା କରି ୪ ଶିଶୁ ମଧ୍ୟରୁ ୨ଜଣ ବଡ଼ ଶିଶୁଙ୍କୁ ସିନ୍ଧିଗୁଡା ସ୍ଥିତ ଉତ୍କଳ ବାଳାଶ୍ରମ ରେ ଥଇଥାନ ନିମନ୍ତେ ନିଷ୍ପତ୍ତି ନେଇ ଆଦେଶ ଜାରି କରିଛନ୍ତି।ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସ୍ବେଚ୍ଛାସେବୀ ସମରେନ୍ଦ୍ର ପରିଡା ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତା ସନ୍ତୋଷ ଜେନା ମଧ୍ୟ ଆଜିର ନିଷ୍ପତ୍ତି ଗ୍ରହଣ ସମୟରେ ଉପସ୍ଥିତ ଥିଲେ।ଅନ୍ୟ ଦୁଇ ଶିଶୁ ପୁତ୍ରମାନଙ୍କୁ ମଧ୍ୟ ଆଗାମୀ ଦିନରେ ଉଚିତ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧକ୍ଷା ଅଜାନ୍ତା ଶୁଭଦର୍ଶିନୀ ନିଜର ମତ ରଖିଛନ୍ତି |

Leave A Reply

Your email address will not be published.