ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଓ ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ଏବଂ ଜିଲ୍ଲାପ୍ରଶାସନ ତରଫରୁ ଏକାଦଶ କୃଷି ଗଣନା ପାଇଁ ଗଜପତି ଜିଲ୍ଲାର ୨ୟ ପ୍ରଯାୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ତଥା ଜିଲ୍ଲା କୃଷି ଗଣନା ଅଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।
ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ଚଳିତ ଏକାଦଶ କୃଷି ଗଣନାର ଆଭିମୁଖ୍ୟ ସହିତ ଏଥିରେ ସାମିଲ ହେବାକୁ ଥିବା ନୂତନ ନିୟମବଳୀକୁ ପାଳନ କରି ସର୍ଭେ କାମ ଧାର୍ଯ୍ୟ ସମୟ ମଧ୍ୟରେ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ।
ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପନିର୍ଦ୍ଦେଶକ ଶ୍ରୀ କୁଳମଣୀ ରାଉତ ଏହି କୃଷି ଗଣନାର ଉଦ୍ଦେଶ୍ୟ ସଂପର୍କରେ ସମସ୍ତ ସଦସ୍ୟଙ୍କୁ ୨ୟ ପ୍ରର୍ଯ୍ୟୟ କରିବା ସହିତ ଏହି ସର୍ଭେର ପ୍ରଥମ ପ୍ରର୍ଯ୍ୟୟ କାର୍ଯ୍ୟ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଛି ଏବଂ ଏଥିରେ ନିଯୁକ୍ତ ତିନି ଗୋଟି ବିଭାଗର ଯଥା କୃଷି ବିଭାଗ , ରାଜସ୍ବ ବିଭାଗ ଓ ପରିସଂଖ୍ୟାନ ବିଭାଗର କ୍ଷେତ୍ର କର୍ମଚାରୀମାନେ ନିର୍ଦ୍ଧାରିତ ସମୟରେ ପ୍ରଥମ ପ୍ରର୍ଯ୍ୟୟ ଗଣନା କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଶେଷ କରି ରାଜସ୍ବ ଓ କୃଷି ବିଭାଗର କ୍ଷେତ୍ର କର୍ମଚାରୀ ମାନଙ୍କୁ ବାକି ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ତହସିଲଦାର ଯୋଗ ଦେଇଥିବା ବେଳେ ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post