ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଆଜି ପଦ୍ମପୁର ସହର ପୁରୁଣାବସ୍ତି କଣ୍ଟାବନ୍ଧ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ବାବାଙ୍କ ମନ୍ଦିରରେ ଆସନ୍ତା ଶୀତଳ ଷଷ୍ଠୀ ପାଇଁ ପଦ୍ମପୁର ଶୀତଳଷଷ୍ଠୀ କମିଟୀ ଦ୍ଵାରା ଆଜି ବାବା ଶିବ ଶଙ୍କର ଏବଂ ଜଗତ୍ଜନନୀ ମାତା ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଭବ୍ୟ ଆକାରରେ ସମାପନ ହୋଇଯାଇଛି।
ଉକ୍ତ ପ୍ରତିଷ୍ଠା ଉତ୍ସବ ରେ ଶୀତଳ ଷଷ୍ଠୀ କମିଟୀ ର ସଭାପତି ପ୍ରୀତମ ମେହେର ଙ୍କ ସଭାପତିତ୍ୱ ରେ ଆୟୋଯିତ ଏହି ପ୍ରତିଷ୍ଠା ଉତ୍ସବରେ ଶୀତଳ ଷଷ୍ଠୀ କମିଟୀ, ପଦ୍ମପୁର ର ସମସ୍ତ ସଦସ୍ୟ ସୁଚାରୁ ଦାୟିତ୍ଵ ତୁଲାଇଥିବା ବେଳେ ପ୍ରୀତମ କୁମାର ମେହେର ଓ ମିନାକ୍ଷୀ ମେହେର ଙ୍କ ସହ ବର ମାତା ପିତା ଭାବରେ ମନୋନୀତ ପ୍ରଶାନ୍ତ ସାହୁ ଓ ରାଜଶ୍ରୀ ସାହୁ ଏବଂ କନ୍ୟା ମାତା ପିତା ଭାବରେ ମନୋନୀତ ଅରୁଣ ଦାନୀ ଓ ରୂପା ରାଣୀ ଦାନୀ କର୍ତ୍ତା ଭାବରେ ଦାୟିତ୍ଵ ତୁଲାଇଥିବା ବେଳେ ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ , ମନ୍ଦିର ପୂଜକ ଟଙ୍କଧର ମହାପାତ୍ର ଓ ସତ୍ୟ ପ୍ରକାଶ ପାଣିଗ୍ରାହୀଙ୍କ ପୌରହିତ୍ୟରେ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସମାପନ ହୋଇଥିଲା। ଏହି ଅବସରରେ ଶିବ ଶକ୍ତି ଙ୍କ ଯୁଗଳ ପ୍ରତିମା ର ଦର୍ଶନ ପାଇଁ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ପାଇଁ କମିଟି ତରଫରୁ ପ୍ରସାଦ ସେବନ ର ମଧ୍ୟ ବ୍ୟବସ୍ଥା କରାଯଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post