ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ପଞ୍ଚାୟତ ର ନୀଳଜୀପତ୍ରl (ଚମରାଡିହି ) ଗ୍ରାମ ସ୍ଥିତ ବିଶ୍ଵଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟ ଲୀଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜୀବ ଜଗତ ର ସ୍ରଷ୍ଟା ବ୍ରହ୍ମାଣ୍ଡ ଠାକୁର ମହିମା ଅଲେଖ ସନାତନ ଯଜ୍ଞ କୁଣ୍ଡ ରେ ମେଳା ଓ ବାର୍ଷିକୋତ୍ସବ ପ୍ରତିବର୍ଷ ପରି ଚଳିତ ଏପ୍ରିଲ 29 ତାରିଖ ଦିନ ଭଵ୍ୟ କଳସ ଶୋଭା ଯାତ୍ରା ରେ ସହ ସହ ସଂଖ୍ୟା ରେ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା l ସନ୍ଧ୍ୟା ସମୟ ରେ ବ୍ରହ୍ମ ଧୁନି ସ୍ଥାପନ ଓ ଅଖଣ୍ଡ ବତୀ ଅର୍ପଣ କରି ଅଲେଖ ପ୍ରଭୁ ଙ୍କୁ ବିଶ୍ୱ ର ମଙ୍ଗଳ ନିମନ୍ତେ ଘୃତ ଆହୁତି ଦେଇ ପ୍ରାର୍ଥନା କରାଯାଇଥିଲା l ସେହିପରି 1 ତାରିଖ ପ୍ରାତଃ ବ୍ରହ୍ମ ମୁହୁର୍ତରେ ବାଲ୍ୟ ଲୀଳା ଅର୍ପଣ କରାଯାଇଥିଲା l ଦୀର୍ଘ ତିନିଦିନ ଧରି ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା l ସ୍ଥାନୀୟ ନୀଳଜୀପତ୍ରା ଚମରାଡ଼ିହି, ଶୁକଲିପାହାଡ଼, ଜଗଦଳପୁର, ବଡ଼କଂଜାରି ଆଦି ଗ୍ରାମ ର ଅଲେଖ ଭକ୍ତ ମାନଙ୍କ ସଂଚାଳନା ରେ କାର୍ଯ୍ୟକ୍ରମ କରାଯିବା ସନ୍ଧ୍ୟା ରେ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା l ବହୁ ସାଧୁ ଭକ୍ତ ଧର୍ମ ପିପାଶୁ ଯୋଗଦାନ କରିବା ସହ l ଭକ୍ତ ମାନଙ୍କ ଦ୍ୱାରା ଘୃତାହୁତି ଯଜ୍ଞ ବାଲ୍ୟ ଲୀଳା ଆଦି କାର୍ଯ୍ୟକ୍ରମ କରାଯାଇଥିଲା l ଘୃତ,ମଧୁ, କର୍ପୁର, ଚନ୍ଦନ, ଚୁଡା, ଗୁଡ଼, ନଡ଼ିଆ, କଦଳୀ, କ୍ଷୀର, ଫଳ ମୂଳ ଝୁଣା ଧୂପ ଇତ୍ୟାଦି ଧରି ଭକ୍ତ ମାନଙ୍କ ସୁଅ ଛୁଟିଥିଲା l ଏହି ଯଜ୍ଞ ପକ୍ଷରୁ ସମୂହ ପ୍ରଶାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସାଧୁ ବଳରାମ ଦାସ, ମନୁ ଦାସ, ରାଧେଶ୍ୟାମ ଦାସ, ରୋହି ଦାସ, ମିଥିଲା ସାହୁ, ଦେମତି ସିଦାର, ସାନକୁଅଁର ଥପା, ଅହିଲ୍ୟl ସାହୁ, ସର୍ମାନନ୍ଦ ନାୟକ, ପେରମ ପଟେଲ, ଧର୍ମସିଂ ପଟେଲ, ଶଙ୍କର ପଟେଲ, ପୂର୍ଣ୍ଣା ପଟେଲ, ପ୍ରମୁଖ ଙ୍କ ସମେତ ଅନେକ ମହିଳା ସହ ସହ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.