ଜିଲ୍ଲା ଚେସ ଆସୋସିଏସନର କର୍ମକର୍ତ୍ତା ନିର୍ବାଚନ

0 2

ନୟାଗଡ଼,୧/୫: ନୟାଗଡ଼ ଜିଲ୍ଲା ଚେସ ସଂଘର ସାଧାରଣ ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଫଳାଫଳ ରିଟର୍ଣ୍ଣିଂ ଅଫିସର ଲକ୍ଷ୍ମୀଧର ସାହୁ ଘୋଷଣା କରିଥିଲେ ଏବଂ ଉପସ୍ଥିତ ସଦସ୍ୟ ମାନେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ମାନଙ୍କୁ ସ୍ବାଗତ କରିଥିଲେ । ବିଦାୟୀ ସଭାପତି ଚିତ୍ତରଞ୍ଜନ ତ୍ରିପାଠୀ ଏବଂ ସଂପାଦକ ସ୍ବଦେଶ ରଥ ନୂତନ ସଭାପତି ଓ ସଂପାଦକଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିବାର ସୁଚନା ମିଳିଛି। ନୂତନ କର୍ମକର୍ତ୍ତା ମାନେ ହେଲେ ସଭାପତି ଶ୍ରୀଧର ସାହୁ, ସଂପାଦକ ଧିରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ବଲାରସେନ ପାତ୍ର, ସହ ସଂପାଦକ ଉମାକାନ୍ତ ମିଶ୍ର ଏବଂ କୋଷାଧ୍ୟକ୍ଷ ତରୁଣ ଖାଁ। ସେହିପରି ପରିଚାଳନା କମିଟି ସଭ୍ୟ ଭାବେ ଭାଗିରଥି ଦାସ ଏବଂ ଅଜିତ ମିଶ୍ର ନିର୍ବାଚିତ ହୋଇଛନ୍ତି।

Leave A Reply

Your email address will not be published.