(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ) ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କକ୍ଷରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୋଟ 74 ଟି ଅଭିଯୋଗ ର ଶୁଣାଣି କରାଯାଇଥିଲା l ମୁଖ୍ୟତଃ ଆବାସ ଯୋଜନା, ଭତ୍ତା, ରାସ୍ତା ଘାଟ, ଜମିବାଡ଼ି ସମସ୍ୟା ଆଦି ବହୁ ସମସ୍ୟା ଉପରେ ଅଭିଯୋଗ ଆସିଥିଲା l ତେବେ କେତେକ ଅସୁବିଧାର ସମାଧାନ କରାଯାଇଥିଲା ବେଳେ ଆଉ ବହୁ ସମସ୍ୟାର ସମାଧାନ ହୋଇ ପାରିନଥିଲା l ଏହି କାର୍ଯ୍ୟକ୍ରମ ରେ କଟକ ଏଡିଏମ ଶିବ ଟପୋ, ରାଜସ୍ୱ ଏଡିଏମ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କଟକ ପ୍ରକଳ୍ପ ନର୍ଦେଶକ ଅମ୍ବର କୁମାର କର, କଟକ ଆରକ୍ଷୀ ଅଧିକ୍ଷକ ଯୁଗଳ କିଶୋର ବନୋଥ, କଟକ ଉପଜିଲ୍ଲାପାଳ କମଳଜିତ ଦାସ, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ତହସିଲଦାର ଦିଲ୍ଲୀପ କୁମାର ନାୟକ, ବ୍ଲକ ଅଧକ୍ଷା ରୋଜି ସେଠି, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟରଞ୍ଜନ ପଣ୍ଡା ଙ୍କ ସମେତ ବିଭାଗୀୟ ଅଧିକାରୀ, ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ, ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଅପରପକ୍ଷରେ ଏହି କାର୍ଯ୍ୟକ୍ରମ ରେ ବହୁ ବିଭାଗୀୟ ଅଧିକାରୀ ମାନେ ଅନୁପସ୍ଥିତ ରହିଥିବା ହେତୁ ଜିଲ୍ଲାପାଳ ଶ୍ରୀ ଚଇନି ଗଭିର ଖୋଭ ପ୍ରକାଶ କରିଥିଲେ l ଜିଲ୍ଲାପାଳ ଶ୍ରୀ ଚଇନି ମୋଟ 74 ଟି ଅଭିଯୋଗର ଶୁଣାଣି କରିଥିଲା ବେଳେ 3 ଜଣଙ୍କୁ ରେଡ଼କ୍ରସ ରୁ ସହଯୋଗ ଏବଂ 6 ଜଣଙ୍କୁ ସିଏମଆରଏଫ କୁ ଅନୁମୋଦନ କରିଥିଲେ l
Sign in
Sign in
Recover your password.
A password will be e-mailed to you.