ଭୁବନେଶ୍ୱର : ଶ୍ରମିକ ମାନେ ହେଉଛନ୍ତି ବିଶ୍ଵ ଗଠନର ଏକମାତ୍ର ମେରୁଦଣ୍ଡ। ଶ୍ରମିକ ମାନଙ୍କର ତ୍ୟାଗ, ନିଷ୍ଠା, ପରିଶ୍ରମ ଓ ଦେଶପ୍ରତି ଅବଦାନ ପ୍ରଶଂସନୀୟ। ଶ୍ରମିକ ମାନେ ହିଁ ହେଉଛନ୍ତି ପ୍ରତ୍ୟେକ ନିର୍ମାଣର ବିଶ୍ଵକର୍ମା । ତେବେ ସେହି ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ପ୍ରତିବର୍ଷ ମଇ ୧ ତାରିଖକୁ ବିଶ୍ଵ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଆଜି ଶ୍ରମିକ ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ବିଜୁ ଛାତ୍ର ଜନତା ଦଳର ଛାତ୍ର ଛାତ୍ରୀ। ବିଶ୍ଵ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମଜୀବୀ ଲୋକ ଅଥବା ଶ୍ରମିକ ମାନଙ୍କୁ ମାସିକ ଘରୋଇ ରାସନ ପ୍ରଦାନ କରିଛନ୍ତି ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା । ଏହା ସହ ଆମ ଦୈନଦିନ ଜୀବନରେ ଶ୍ରମିକ ମାନଙ୍କର ମହତ୍ତ୍ଵ, ଉପସ୍ଥିତି ଓ ସେମାନଙ୍କ କାର୍ଯ୍ୟକୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି ।
ତେବେ ଏହି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର ନେତା ତଥା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀ ଅରୁପ ଶ୍ରୀଚନ୍ଦନ, ରାଜ୍ୟ ସଂପାଦକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ସୁଶ୍ରୀ ସିମ୍ରନ୍ ସିଂ ରାଜପୁତ,ବିଶ୍ଵବିଦ୍ୟାଳୟର ଦକ୍ଷ ଛାତ୍ର ନେତା ଶ୍ରୀ ସନ୍ତୋଷ ମାଝୀ ଓ ବିଶ୍ଵ ବିଦ୍ୟାଳୟରେ ଥିବା ଛାତ୍ର ନେତା ସଚ୍ଚିକାନ୍ତ ସାହୁ, ରୁଦ୍ର ପଟ୍ଟନାୟକ, ବିଶ୍ୱଜିତ୍ ଯତୀନ ପାତ୍ର, ସୁମିତ ଦାସ ,ହିତେଶ ମଲ୍ଲିକ ,ଓଁକାର ନନ୍ଦ, ରାଜେନ୍ଦ୍ର ସାହୁ , ଶକ୍ତି ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.