ରାଇଘର/ ନରସିଂ ବାଘ : ଗତ ୩୦ ତାରିଖରେ ପୋଲିସ ଦ୍ୱାରା ଧରାଯାଇଥିବା ଦୁଇ ନକ୍ସଲ ମିଲିସିଆଙ୍କୁ ନବରଙ୍ଗପୁର ପୋଲିସ ଆଜି କୋର୍ଟ ଚାଲାଣ କରିଛି । ସବିଶେଷ ତଥ୍ୟ ସଂଗ୍ରହ ପରେ ଦୁଇ ମାଓବାଦୀ ସମର୍ଥକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନବରଙ୍ଗପୁର ପୋଲିସ । ଗତ ଏପ୍ରିଲ ୩୦ ତାରିଖ ଦିନ ଓଡିଶା ଛତିଶଗଡ଼ ସୀମାନ୍ତ ହାତୀଗାଁ ରିଜର୍ଭ ଜଙ୍ଗଲ ରେ ନବରଙ୍ଗପୁର ପୋଲିସ ଡିଭିଏଫ ଯବାନ ଙ୍କ ଦ୍ୱାରା ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅପରେସନ ସମୟ ରେ ଡିଭିଏଫ ଯବାନ ଫେରୁଥିବା ସମୟରେ ଦୁଇ ସନ୍ଦିଗ୍ଧ ହେମଲାଲ ନାଗେଶ ଓ ପ୍ରକାଶ ମାର୍କୋମ ଙ୍କୁ ଜଙ୍ଗଲ ମଧ୍ୟରେ ଧରିଥିଲେ I ଏମାନେ ଦୁଇ ନକ୍ସଲ ମିଲିସିଆ ହୋଇଥିବା ବେଳେ ଏମାନେ ନୂଆପଡା ମେନ ପୁର ଡିଭିଜନ ନିମନ୍ତେ କାମ କରିବା ସହିତ ମାଓବାଦୀ ମାନଙ୍କୁ ବିଭିନ୍ନ ସାହାଯ୍ୟ କରୁଥିବା ସହ ପୋଷ୍ଟର ଓ ବ୍ୟାନର ଲଗେଇବାରେ ସାହାଯ୍ୟ କରୁଥିଲେ ବୋଲି ପୋଲିସ ପ୍ରେସ ନୋଟ ରେ ସୂଚନା ଦେଇଛନ୍ତି । ହେମଲାଲ ନଗେଶ ଙ୍କ ଘର ମୋତି ପାଣି ଓ ପ୍ରକାଶ ମାର୍କମ ଙ୍କ ଘର ଭୁତବେଢା ବୋଲି ସୂଚନା ମିଳିଛି ।।
Sign in
Sign in
Recover your password.
A password will be e-mailed to you.