ବଡ଼ବିଲରେ ପୁଣି ଗୁଳିକାଣ୍ଡ : ଜଣେ ନିହତ

0 2

ବଡ଼ବିଲ (ଶାସକ ପ୍ରଶାସକ) ଖଣି ସହର ବଡ଼ବିଲ ରେ ପୁଣି ଫୁଟିଲା ଗୁଳି l ବଡ଼ବିଲ ଦାମୁ ହଟିଂ ହତ୍ୟାକାଣ୍ଡ ଘଟଣାର ମାସେ ନ ପୂରୁଣୁ ସୋମବାର ସକାଳେ ବଡ଼ବିଲ ସହରରେ ପୁଣି ଏକ ଗୁଳିକାଣ୍ଡ ଘଟିଛି l ବଡ଼ବିଲର ବ୍ୟସ୍ତ ବହୁଳ ଅଞ୍ଚଳ ମୋନି ଟାୱାର ନିକଟରେ ଏହି ଅଘଟଣ ଘଟିଛି। ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାମ ସୁନୀଲ ସିହ୍ନl ଓରଫ ଭୋଲା ଓ ସେ ବଡ଼ବିଲ ମୁନିସିପାଲିଟି ୬ ନମ୍ବର ୱାର୍ଡରେ ରହୁଥିଲେ। ଘଟଣାରୁ ଜଣା ପଡିଛି ଯେ ସୋମବାର ସକାଳ ପ୍ରାୟ ସାଢେ ୯ଟା ସମୟରେ ଭୋଲା ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରୁ କ୍ଷୀର ନେଇ ଏକ ସ୍କୁଟି ରେ ଘରକୁ ଫେରୁଥିଲେ l ଏହି ସମୟରେ ମୋନି ଟାୱାର ନିକଟରେ କେହି ଆତତାୟୀ ଭୋଲାଙ୍କ ମୁଣ୍ଡକୁ ଲକ୍ଷ କରି ଗୁଳି ଫୁଟାଇଥିଲେ l ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପ୍ରସାରିତ ହେବା ପରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.