ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରୀ ପ୍ରିୟଙ୍କା ସର ଜେଇଇ ମେନ୍ରେ ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। ଜେଇଇ ମେନ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଥିବା ବେଳେ ପ୍ରିୟଙ୍କା ଏଥିରେ ୯୯.୯୮୫ ପ୍ରତିଶତ ନମ୍ବର ରଖି ଓଡ଼ିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ଲଗାତାର ଦୁଇବର୍ଷ ଧରି କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଛାତ୍ରଛାତ୍ରୀମାନେ ଜେଇଇ ଓଡ଼ିଶା ଟପ୍ପର ହୋଇଆସୁଛନ୍ତି। ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି ଏହି ସଫଳତା ଦ୍ୱାରା ପ୍ରିୟଙ୍କା କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ସହ ସମଗ୍ର ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛନ୍ତି। କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ପ୍ରତିଷ୍ଠାଠାରୁ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦେଇ ଆସିଛି। ଫଳରେ ଏହାର ଛାତ୍ରଛାତ୍ରୀମାନେ କେବଳ ଶିକ୍ଷା ନୁହେଁ ଅନ୍ୟ ସମସ୍ତ କ୍ଷେତ୍ରରେ ମଧ୍ୟ ଲଗାତାର ସଫଳତା ହାସଲ କରିଆସୁଛନ୍ତି ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏ ଦିଗରେ ନିରନ୍ତର ଉଦ୍ୟମ ଜାରି ରଖିଥିବା କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଚେୟାରପର୍ସନ ଡ. ମୋନା ଲିସା ବଳ ଓ ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଓ ତାଙ୍କ ଅଭିଭାବକ ଏହି ସଫଳତା ପାଇଁ କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନାଯୋଗ୍ୟ, କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ଆହୁରି ୧୭ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ମଧ୍ୟ ଜେଇଇ ମେନ୍ରେ କୃତକାର୍ଯ୍ୟ ହୋଇଛନ୍ତି ।
Sign in
Sign in
Recover your password.
A password will be e-mailed to you.