“ଅନ୍ୟ ବିରୁଦ୍ଧରେ କାମ କରିବା ଅପେକ୍ଷା ଲେଖିବା ଭଲ’ : ବିୟତପ୍ରଜ୍ଞା ତ୍ରିପାଠୀ

0

“ସାହିତ୍ୟ ମାସିକୀ’

ଭୁବନେଶ୍ୱର: ଅନ୍ୟ ବିରୁଦ୍ଧରେ କାମ କରିବା ଅପେକ୍ଷା ଲେଖିବା ଭଲା ଲେଖିବାରେ ଆନନ୍ଦ ମିଳୋ ଜୀବନର ଅନୁଭବ ଥାଏା କଳା ଓ କାରିଗରୀ ଥାଏା ଜଣେ ଲେଖକ ତା’ର ବିଫଳତାକୁ ଗ୍ରହଣ କରିବା ଉଚିତ ବୋଲି ବିଶିଷ୍ଟ ସାହିତ୍ୟିକା ବିୟତପ୍ରଜ୍ଞା ତ୍ରିପାଠୀ ମତ ଦେଇଛନ୍ତିା ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ’ରେ ଯୋଗଦେଇ ଶ୍ରୀମତୀ ତ୍ରିପାଠୀ “ମୋ ଜୀବନ: ମୋ ସାହିତ୍ୟ’ ଶୀର୍ଷକ ବକ୍ତବ୍ୟ ପ୍ରଦାନ କରି ତାଙ୍କ ଲେଖକୀୟ ଜୀବନ, କୃତିତ୍ୱ, ଦୁର୍ବଳତା ଓ ପାଠକୀୟ ପ୍ରତିକ୍ରିୟା ନେଇ ଉଲ୍ଲେଖ କରିଥିଲୋ
ଅନୁଷ୍ଠାନର ସଭାପତି କବି ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ “ଏ ମାସର କଥାକାର’ ଭାବରେ ଯୋଗଦେଇ ତରୁଣ ପ୍ରତିଭା ମୌସୁମୀ ଦାସ ସ୍ୱରଚିତ ଗଳ୍ପ ପାଠ କରିଥିଲୋ
ପରବର୍ତ୍ତୀ ପର୍ଯ୍ୟାୟରେ ଡ. ଅଭୟ ନାରାୟଣ ନାୟକ, ଅଧ୍ୟାପିକା ସୌଦାମିନୀ ବେହେରା ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଧୂଭୂଷଣ ତ୍ରିପାଠୀ, ତ୍ରିଲୋଚନ ମହାନ୍ତି, ଭିକାରୀ ଧଳ, ସଂଜୁଲତା ପଟ୍ଟନାୟକ, ବିରଞ୍ଚି ଶତପଥୀ, ସବିତା ଶତପଥୀ, ନନ୍ଦ କିଶୋର ବିଶ୍ୱାଳ, ଶୃତକୀର୍ତ୍ତି ତି୍ରପାଠୀ, ମିହିରକାନ୍ତି ଦାସ, ଅଲେଖ ଚରଣ ରାଉତ, ରଶ୍ମୀ ସାମଲ, ବିଦେଶୀ ଭଞ୍ଜ, ରଜନୀ ରଣସିଂହ, ମିନତୀ ମିଶ୍ର, ଅନ୍ନପୂର୍ଣ୍ଣା ପୃଷ୍ଟି, ନମିତା ପାଇକରାୟ, ଡ. ସଂଯୁକ୍ତା ପରିଡ଼ା, ବିଭୂତି ପାଣିଗ୍ରାହୀ, ଶାକ୍ୟସିଂହ ମହାପାତ୍ର, ଅଲେଖ ନନ୍ଦୀ, ଅକ୍ଷୟ ପାଳ, ସରୋଜ ଶତପଥୀ, ଶୈଳେନ୍ଦ୍ର ଜେନା ପ୍ରମୁଖ କବିତା ପାଠ କରିଥିଲୋ ଅନୁଷ୍ଠାନର ଉପସଭାପତି ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲୋ

Leave A Reply

Your email address will not be published.