କାମାକ୍ଷାନଗର:-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବାଇସିଙ୍ଗା ଗ୍ରାମର ଓଡ଼ିଶା ସରକାର ଙ୍କ ଭାଷା ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଙ୍କୁ ୨୮ ତାରିଖ ଦିନ ଦିଲ୍ଲୀର କଳା ଓ ସାଂସ୍କୃତିକ ଅନୁଷ୍ଠାନ ‘ଅକ୍ସ’ ଦ୍ବାରା ନିକଟସ୍ଥ ତ୍ରୀବେଣୀ କଳା ସଂଗମ ଠାରେ ୨୦୨୩ ବର୍ଷ ପାଇଁ ରଞ୍ଜନ କୁମାର ଦାସଙ୍କ ସହ ୧୦ ଜଣଙ୍କୁ ବିଜୁ ପଟ୍ଟନାଏକ ଆନ୍ତର୍ଜାତିକ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାର ଏକ ମାତ୍ର ତଥା ଢେଙ୍କାନାଳ ଜିଲ୍ଲା ର ଗର୍ବ ଗୌରବ ଭାଷା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ କୁ ଏହି ସମ୍ମାନ କରାଯାଇଥିବାରୁ ଢ଼େଙ୍କାନାଳ ତଥା କାମାକ୍ଷାନଗର ଅଞ୍ଚଳ ଓ ନିଜ ବାଇସିଙ୍ଗା ଗ୍ରାମରେ ଆନନ୍ଦର ଲହରୀ ଖେଳି ଯାଇଛି, ଓଡ଼ିଶାର ଅନ୍ୟତମ ପ୍ରତିଭା ମହିଳା ଅଧିକାର କର୍ମୀ ନମ୍ରତା ଚଢ଼ା, ଅନୁଷ୍ଠାନର ଅଧ୍ୟକ୍ଷା ତଥା ନୃତ୍ୟାଙ୍ଗନା ଡ଼.ଚନ୍ଦନ ରାଉଳ ଓଡ଼ିଶି ନୃତ୍ୟ ପରିବେଶଣ କରି ଭୂମି ପୁତ୍ର ବିଜୁ ପଟ୍ଟନାଏକ ଙ୍କୁ ସର୍ମପିତ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ମେଜର୍ ଜେନରାଲ ପି.କେ.ସାଇଗଲ୍. ପ୍ରଖ୍ୟାତ ଲେଖିକା ଡ଼. ଚିତ୍ରା ମୁଦଗଲ୍ ଡି.ଆର୍. କଙ୍ଗୋ ରାଷ୍ଟ୍ର ଦୂତ ମୋସି , ଇଣ୍ଟରନେସନାଲ୍ ଲଭ୍ ଡିଭାଇନ୍ ସୁସାଇଟ ର ସଭାପତି ଡ଼. ଧର୍ମୟସ ,ଆନ୍ତର୍ଜାତିକ ହିନ୍ଦୀ ସଂଘ (ଆମେରିକା ) ନିର୍ଦ୍ଦେଶକ ଇନ୍ଦ୍ରଜିତ୍ ଶର୍ମା ଦିଲ୍ଲୀର ଲେଖକ ବି.ଏଲ ଗୌର ମୁମ୍ବାଇର ଲେଖକ ଆନନ୍ଦ ପ୍ରକାଶ ସିଂ, ଏବଂ ଗ୍ଲୋବାଲ ଟ୍ରେଡ୍ ଟେକନ୍ଲୋଜି କାଉନସେଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଡ. ଗୌରବ ଗୁପ୍ତା ପ୍ରମୁଖ ଙ୍କୁ ଏହି ବିଜୁ ପଟ୍ଟନାଏକ ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରାଯାଇଥିବା ସଂପର୍କରେ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.