ଗବେଷଣା ଓ ଉଦ୍ଭାବନରେ ତାମିଲନାଡୁ ଦେଶର ପେଣ୍ଠସ୍ଥଳୀ ହୋଇପାରିବ : ଫିକି ଅଧ୍ୟକ୍ଷ ଶୁଭ୍ରକାନ୍ତ ପଣ୍ଡା

0

ଚେନ୍ନାଇ : “ଏହା ଉଲ୍ଲେଖନୀୟ ଯେ ଦେଶର ୧୫ %ପିଏଚଡି ଏବଂ ୧୧ % ସ୍ନାତକୋତ୍ତର ତାମିଲନାଡୁ ରାଜ୍ୟରୁ; ଏହି ମାନବସମ୍ବଳ ଜରିଆରେ ତାମିଲନାଡୁ ଆଗାମୀ ଦିନରେ ଉଭୟ ଗବେଷଣା ଏବଂ ଉଦ୍ଭାବନର ପେଣ୍ଠସ୍ଥଳୀ ହୋଇପାରିବ ବୋଲି ଫିକି ଅଧ୍ୟକ୍ଷ ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ (ଏମଡି) ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି। ଶନିବାର ଚେନ୍ନାଇରେ ଅନୁଷ୍ଠିତ ଫିକିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ଶ୍ରୀ ପଣ୍ଡା ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ତାମିଲନାଡୁରେ ଅଟୋମୋବାଇଲ୍ ଏବଂ ବୟନ ଶିଳ୍ପ ପରି ପାରମ୍ପାରିକ କ୍ଷେତ୍ର ବ୍ୟତୀତ ରସାୟନ (କେମିକାଲ) ଶିଳ୍ପରେ ମଧ୍ୟ ଅନେକ ସୁଯୋଗ ରହିଛି ।
ତାମିଲନାଡୁ ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ ଷ୍ଟାଲିନ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଫିକିର ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାମିଲନାଡୁର ଆଇଟି ଓ ଡିଜିଟାଲ ସର୍ଭିସ ମନ୍ତ୍ରୀ ଶ୍ରୀ ଏମ୍ ଥଙ୍ଗାରାଜ୍, ଏମଏସ୍ଏମଇ ମନ୍ତ୍ରୀ ଶ୍ରୀ ଟି.ଏମ୍ ଅନବରସନ୍ ଏବଂ ଫିକି ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।
ଏହି ଅବସରରରେ ଫିକି-ଡେଲୋଏଟ୍ ଦ୍ବାରା ପ୍ରସ୍ତୁତ ନଲେଜ୍ ପେପର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା। ଏହି ପୁସ୍ତିକାରେ ୨୦୩୦-୩୧ସୁଦ୍ଧା ତାମିଲନାଡୁ କିପରି ଏକ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ ହେବ,ସେ ସମ୍ପର୍କରେ ଆଲୋଚନା କରାଯାଇଛି।
ଫିକି ଅଧ୍ୟକ୍ଷ ତଥା ଇମ୍ପା ଏମଡି ଶୁଭ୍ରକାନ୍ତ ପଣ୍ଡା ଚେନ୍ନାଇ ଗସ୍ତ ସମୟରେ ଦକ୍ଷିଣ ଭାରତର ୬ ଟି ଶିଳ୍ପ ସମ୍ବଦ୍ଧୀୟ ଆସୋସିଏସନକୁ ନେଇ ଗଠନ ହୋଇଥିବା କନସଲଟିଭ୍ କମିଟି ଅଫ୍ ସିଟି ଚାମ୍ବର ଅଫ କର୍ମସ ଦ୍ୱାରା ୨୯-୦୪-୨୦୨୩ ଦିନ ସମ୍ବର୍ଦ୍ଧିତ ହୋଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଶ୍ରୀ ପଣ୍ଡା ଦେଶର ଆଗାମୀ ଅର୍ଥନୈତିକ ସମ୍ଭାବନା ସମ୍ବନ୍ଧରେ ଆଲୋକପାତ କରିଥିଲେ।

 

Leave A Reply

Your email address will not be published.