ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷା ବିକାଶ ସମିତି , ଓଡ଼ିଶାଙ୍କ ଯୋଜନା କ୍ରମେ ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗତ ୨୫ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟଶାଳାରେ ଜିଲ୍ଲାର ଛଅଟି ଶିଶୁ ମନ୍ଦିରର ମୋଟ ୪୯ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ। ଏଇ କାର୍ଯ୍ୟଶାଳାର ଶୁଭ ଉଦ୍ଘାଟନ ପୂଜ୍ୟ ରାମାନନ୍ଦଜୀଙ୍କ ଦ୍ବାରା ହୋଇଥିଲା ବେଳେ ସମାରୋପ ଉତ୍ସବରେ ଶ୍ରୀ ପ୍ରସାଦ ନାୟକ ମୁଖ୍ୟ ଅତିଥି ରୂପେ ଓ ଶ୍ରୀ ଗୌରାଙ୍ଗ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।
ଡ:ଶଙ୍କର ପ୍ରସାଦ ବକ୍ସି , ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀମତୀ ସୁଷମା ଦାଶ,ଶ୍ରୀ ଜନ୍ମଜୟ ସାହୁ , ଶ୍ରୀ ହରିମୋହନ ପଟ୍ଟନାୟକ ପ୍ରମୁଖ ଏଇ ପ୍ରଶିକ୍ଷଣରେ ଉପସ୍ଥିତ ରହିଥିଲେ।ଶିଶୁବାଟିକା ସଂଯୋଜକ ଶ୍ରୀ ଅରୁଣ କୁମାର ବାଗ , ସଂକୁଳ ପ୍ରମୁଖ ଶ୍ରୀ ରାଜେନ୍ଦ୍ର କୁମାର ପଢ଼ିଆରୀ ଓ ସଂକୁଳ ସଂଯୋଜକ ଶ୍ରୀ ସରୋଜ କୁମାର ପଣ୍ଡାଙ୍କ ମାର୍ଗଦର୍ଶନରେ ପ୍ରଶିକ୍ଷଣଟି ପରିଚାଳିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.