ଓଡ଼ିଆ ଜାତି ପାଇଁ ଉତ୍କଳଗୌରବ ମଧୁସୂଦନଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟ

0

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ମୂର୍ତ୍ତିମନ୍ତ ପ୍ରତୀକା ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ବିନ୍ଧାଣୀ ମଧୁବାବୁ ଜଣେ ଆଇନଜୀବୀ, ଶିଳ୍ପୋଦ୍ୟୋଗୀ, ସମାଜସେବୀ, ସମବାୟବିତ୍ ଓ ସାହିତ୍ୟ-ସଂସ୍କୃତିପ୍ରାଣ ଭାବରେ କୋଟି କୋଟି ଓଡ଼ିଆଙ୍କ ହୃଦୟରେ ଚିର ଅମର ରହିବୋ ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ ଓ ତପସ୍ୟା ଅତୁଳନୀୟା ଏହି ଦୃଷ୍ଟିରୁ ତାଙ୍କୁ “ସହସ୍ରାବ୍ଦର ସୂର୍ଯ୍ୟ’ କହିଲେ ବି ଅତୁ୍ୟକ୍ତି ହେବ ନାହିଁ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତିା
ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବଡ଼ଚଣାର ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ କହିଲେ ଯେ ମଧୁବାବୁ ହେଉଛନ୍ତି ଆଧୁନିକ ଓଡ଼ିଶାର ରାଜନୈତିକ ଇତିହାସରେ ଅନ୍ୟତମ ପ୍ରମୁଖ ବିନ୍ଧାଣୀା ଓଡ଼ିଶାର ପ୍ରଥମ ସ୍ନାତକ, ପ୍ରଥମ ଏମ୍.ଏ, ପ୍ରଥମ ସଫଳ ଓକିଲ, ପ୍ରଥମ ମନ୍ତ୍ରୀ, ଏମିତି ଅନେକ କ୍ଷେତ୍ରରେ ସେ ଓଡ଼ିଶାର ପ୍ରଥମ ବ୍ୟକ୍ତିା ଏହି ମର୍ଯ୍ୟାଦା ହାସଲ ପଛରେ ରହିଛି ଅନେକ ସଂଘର୍ଷ, ସଂଗ୍ରାମ ଓ ସାଧନାା ବିଚ୍ଛିନ୍ନାଞ୍ଚଳ ସହିତ ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତି୍ରକରଣ ଏବଂ ଓଡ଼ିଶାରେ କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ସକାଶେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ମଧୁବାବୁ ସର୍ବଦା ଉଦ୍ୟମରତ ଥିଲେ ବୋଲି ସେ ଉଲ୍ଲେଖ କରିଥିଲୋ
ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ କହିଲେ ଯେ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ କେବଳ ଏକ ଶିଳ୍ପ ଅନୁଷ୍ଠାନ ନଥିଲାା ଏହା ଥିଲା ସ୍ୱଦେଶୀ ଆନ୍ଦୋଳନର ଏକ ବଳିଷ୍ଠ ମାଧ୍ୟମା ଅର୍ଥନୀତି ଓ ରାଜନୈତିକ ଦୃଷ୍ଟିରୁ ସମୃଦ୍ଧ ଓଡ଼ିଶା ଗଠନରେ ମଧୁବାବୁଙ୍କ ଅବଦାନ ଅତୁଳନୀୟା ଓଡ଼ିଆ ଜାତି କିଭଳି ଦେଶବିଦେଶରେ ସମ୍ମାନିତ ହେବ, ଏହା ଥିଲା ତାଙ୍କର ଏକମାତ୍ର ଅଭିପ୍ରାୟ ବୋଲି ସେ ଉଲ୍ଲେଖ କରିଥିଲୋ
ସମ୍ମାନିତ ଅତିଥି ଭାବେ ଯୋଗଦେଇ “ଓଡ଼ିଶା ରିଭ୍ୟୁ’ ଓ “ଉତ୍କଳ ପ୍ରସଙ୍ଗ’ର ସଂପାଦିକା କସ୍ତୁରୀ ମହାପାତ୍ର କହିଲେ ଯେ ନାରୀ ଶିକ୍ଷା ଓ ନାରୀ ଜାଗରଣ କ୍ଷେତ୍ରରେ ମଧୁବାବୁଙ୍କର ଅବଦାନ ପ୍ରଣୀଧାନଯୋଗ୍ୟ | ଅଦାଲତମାନଙ୍କରେ ମହିଳାମାନଙ୍କୁ ଆଇନଜୀବୀ ଭାବରେ କାର୍ଯ୍ୟ କରିବାର ଅନୁମତି ଦିଆଯାଉ ବୋଲି ଦର୍ଶାଇ ମଧୁବାବୁ ପ୍ରିଭି କାଉନ୍ସିଲ୍ରେ ଅପିଲ କରିଥିଲୋ ଏହା ଫଳରେ ନାରୀମାନଙ୍କର ଅଦାଲତରେ ଓକିଲାତି କରିବା ସମ୍ଭବ ହୋଇଥିଲା ବୋଲି ସେ ପ୍ରକାଶ କରିଥିଲୋ
ବିଶିଷ୍ଟ ଶିକ୍ଷାବିତ୍ ଏବଂ ସାହିତ୍ୟିକ ଡଃ ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଓ କୃତିତ୍ୱ ଉପରେ ଆଲୋକପାତ କରି କହିଲେ ଯେ ଯେଉଁ ବ୍ୟକ୍ତି ନିଜ ପାଇଁ ବଞ୍ଚେ ତାକୁ କେହି ମନେ ରଖନ୍ତି ନାହିାଁ ଯିଏ ନିଜ ଜାତି ଓ ମାଟି ପାଇଁ ବଞ୍ଚନ୍ତି ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଯାଆନ୍ତିା ସେଭଳି ଜଣେ ଯୋଗଜନ୍ମା ପୁରୁଷ ଥିଲେ କୂଳବୃଦ୍ଧ ମଧୁସୂଦନା ସେ କେବଳ ଉତ୍କଳର ଗୌରବ ନଥିଲେ, ସେ ସମଗ୍ର ଦେଶର ଗୌରବ ଅଟନ୍ତିା
ଉତ୍କଳ ସମ୍ମିଳନୀର ଅଧିକାଂଶ ଅଧିବେଶନର ବଳିଷ୍ଠ ଯୁକ୍ତି ଓ ଦାବି ସମ୍ବଳିତ ଅଭିଭାଷଣରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରି ମଧୁବାବୁ ତାଙ୍କର ଏକନିଷ୍ଠ ଉଦ୍ୟମର ପ୍ରମାଣ ଦେଇଥିଲୋ ସେ ଥିଲେ ଓଡ଼ିଆ ଜାତିର ସ୍ୱାଭିମାନର ପ୍ରତୀକ ଏବଂ ଯଥାର୍ଥରେ ଉତ୍କଳ ଗୌରବ, ପୁଣି କୁଳବୃଦ୍ଧ, ଉତ୍କଳ ମାତାର ଯୋଗ୍ୟତମ ସନ୍ତାନ ବୋଲି ଡଃ ପଣ୍ଡା ଉଲ୍ଲେଖ କରିଥିଲୋ
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଉତ୍କଳଗୌରବ ମଧୁସୂଦନ ଦାସ ଓଡ଼ିଶା ଇତିହାସର ଜଣେ ଦୁର୍ଲଭ ପୁରୁଷ ଏବଂ ଅବିସ୍ମରଣୀୟ ବ୍ୟକ୍ତିତ୍ୱା ଉତ୍କଳମାତା ତାଙ୍କୁ ଜନ୍ମ ଦେଇ ସବୁଦିନ ଗର୍ବ କରିବା ତାଙ୍କ ଜୀବନ ଓଡ଼ିଶାର ଉନ୍ନତି ପାଇଁ ସମର୍ପିତ ଥିଲାା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ମଧୁବାବୁଙ୍କ ନିଷ୍ଠାପର ଓ ନିରନ୍ତର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା ବୋଲି ଶ୍ରୀ ସାମଲ ଉଲ୍ଲେଖ କରିଥିଲୋ ପ୍ରାରମ୍ଭରେ ଅତିଥିମାନେ ଉତ୍କଳଗୌରବ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲୋ ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ରର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲୋ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲୋ ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲୋ
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲୋ

Leave A Reply

Your email address will not be published.