ଡ଼ାବୁଗାଁ/ରାଇଘର-ନରସିଂ ବାଘ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁବ୍ଲକ ଆଜି ଏକ ସରକାରୀ କାର୍ଯ୍ୟକ୍ରମ ରେ ଓଡ଼ିଶା ର ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହେଲିକେପ୍ଟର ଯୋଗେ ଡାବୁଗାଁ ବ୍ଲକ ଅନ୍ତର୍ଗତ କୁସୁମବନ୍ଧ ଗାଁ ରେ ପହଞ୍ଚି ଏକ ଜନସଭାକୁ ସଂଵୋଧନ କରିଛନ୍ତି। ଏହି ଅବସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମଧ୍ୟ ଉପସ୍ଥିତ ଥିଲେ। ମାନ୍ୟବର ମନ୍ତ୍ରୀ, ସାଂସଦ ଓ ବିଧାୟକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଭାଗନେବା ସହ ସାଧୁସନ୍ଥ ଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି। ସାଧୁସନ୍ଥ ଯୋରନ୍ଦା ଗାଦି ରେ ସମସ୍ୟା ର ଆଶୁ ସମାଧାନ ପାଇଁ ଏବଂ ବିଭିନ୍ନ ପ୍ରସଙ୍ଗ ଉପରେ ମାନ୍ୟବର ମନ୍ତ୍ରୀ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ଅବସରରେ ବ୍ରହ୍ମ ଅବଧୂତ ଡମ୍ବରୁଧର ବାବା, ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ଗମ୍ଭୀର ଦାସ, ଯଦୁମଣି ଦାସ, କାର୍ତ୍ତିକ ପୂଜାରୀ ଏବଂ ଗୋବର୍ଦ୍ଧନ ଦାସ ସହ ଅନେକ ସାଧୁସନ୍ଥ ଉପସ୍ଥିତ ଥିଲେ। ବିଗତ କିଛି ମାସ ମଧ୍ୟରେ ବିଭିନ୍ନ ଆଧ୍ୟାତ୍ମିକ ଓ ହିନ୍ଦୁ ସଙ୍ଗଠନ ସହ ଯୋଡ଼ିତ ଥିବା ସାଧୁସନ୍ଥ ମାନଙ୍କ ମାନସିକତାରେ ଅନେକ ପରିବର୍ତନ ପରିଲକ୍ଷିତ ହେଉଛି। ଆଗାମୀ ଦିନରେ ସାମାଜିକ, ଧାର୍ମିକ ଓ ପ୍ରାୟତଃ ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ନବରଙ୍ଗପୁର ଜିଲ୍ଲା ର ସମୀକରଣ ରେ ଅନେକ ପରିବର୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦି ସନ୍ଥ ସମାଜ ର ମଧ୍ୟ ଆଶୀର୍ବାଦ ମିଳେ ବିଜୁ ଜନତା ଦଳ ର ସ୍ଥିତି ଆହୁରି ଅଧିକ ମଜବୁତ ହେବା ସମ୍ଭାବନା କୁ ଏଡାଇ ଦେଇ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ବିଗତ ଦିନରେ ଏକ କାର୍ଯ୍ୟକ୍ରମ ରେ ସନ୍ଥସମାଜ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ବହୁ ସଂଖ୍ୟା ରେ ଯାଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଆଜି ର ବିଜୁ ଜନତା ଦଳର ଏକ ବରିଷ୍ଠ ମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ହୁଏତ ଆଗାମୀ ଦିନରେ ଅନେକ ସଂଭାବନା କୁ ଉନ୍ମୋଚିତ କରିପାରେ? ସନ୍ଥସମାଜ ର ଶକ୍ତି ଓ ସମାଜରେ ଥିବା ସାମର୍ଥ୍ୟ କୁ କିଛି ଦିନ ତଳେ ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରାଉ ସମୟରେ ଅନୁମାନ କରାଯାଇଥିଲା। ଆଗକୁ ଥିବା ନିର୍ବାଚନ କୁ ଦୃଷ୍ଟିରେ ରଖି କୌଣସି ରାଜନୈତିକ ଦଳ ସନ୍ଥସମାଜ ର ଅପ୍ରିୟ ହେବା ପାଇଁ ଚାହିଁବେ ନାହିଁ। ରାଜନୈତିକ ରୁ ସବୁ ଦଳଠାରୁ ଦୂରତା ବଜାୟ ରଖୁଥିବା ଆଧ୍ୟାତ୍ମିକ ଓ ବିଭିନ୍ନ ହିନ୍ଦୁ ସଙ୍ଗଠନ ଏଥର କିନ୍ତୁ ନିଜ ସାମର୍ଥ୍ୟ ଅନୁସାରେ ରାଜନୀତି କୁ ପ୍ରଭାବିତ କରି ପାରନ୍ତି ¡
Sign in
Sign in
Recover your password.
A password will be e-mailed to you.