ପୁରାଣ ପ୍ରସିଦ୍ଧ ନେମାଳ ପଦ୍ମବନ ପୀଠରେ ପାଣ୍ଡିଆନ

0

 ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ପୀଠସ୍ଥଳୀର ପୀଠର ଉନ୍ନତିମୂଳକ କାର୍ଯ୍ୟ ଖୁବ ଶ୍ରୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ

(ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)- ପୁରାଣ ପ୍ରସିଦ୍ଧ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଦ୍ମବନ ପୀଠ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପୀଠକୁ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ l ସୂଚନା ମୁତାବକ ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତ ସାରି ଫେରିବା ସମୟରେ ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କୁ ଦର୍ଶନ କରି ମହାପ୍ରଭୁ ଙ୍କ ଆଶୀର୍ବାଦ ଲାଭ କରିବା ପରେ ପରେ ମନ୍ଦିର ବେଢା ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକୁ ନିଜେ ଅନୁଧ୍ୟାନ କରି କିଭଳି ଏହାର ଉନ୍ନତି କରାଯିବ ସେ ସଂମ୍ପର୍କରେ ବିଭାଗୀୟ ଅଧିକାରି ଓ ସେବାୟତ ଙ୍କ ସହ ଆଲୋଚନା କରିଥିଲେ l ଏହି ପୀଠର ଉନ୍ନତିମୂଳକ କାର୍ଯ୍ୟ ଖୁବ ଶ୍ରୀଘ୍ର ଆରମ୍ଭ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏହା ସହିତ ଶ୍ରୀ ପାଣ୍ଡିଆନଙ୍କ ସହିତ ମିଶନଶକ୍ତି ମହିଳା ମାନେ କିଛି ସମୟ ଆଲୋଚନା କରି ନେମାଳ ପୀଠ ର ଉନ୍ନତି କାର୍ଯ୍ୟ ସଫଳ ହେବାକୁ ଯାଉଥିବାରୁ ଖୁସି ପ୍ରକଟ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶ୍ରୀ ପାଣ୍ଡିଆନ ଏବଂ ସ୍ଥାନୀୟ ବିଧାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏପରିକି ଉନ୍ନତିମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମନ୍ଦିର ପୂଜାରୀ ଏବଂ ଗ୍ରାମବାସୀ ମାନେ ଗଭୀର ଆନନ୍ଦ ପ୍ରକଟ କରିଛନ୍ତି l ଶ୍ରୀ ପାଣ୍ଡିଆନଙ୍କ ସହିତ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ, ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.