ଜଙ୍ଗଲ ରୁ ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର

0

 ପ୍ରେମଜନିତ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ, ପୋଲିସ ର ତଦନ୍ତ ଜାରି |

କାମାକ୍ଷାନଗର/ରିତେଶ ବ୍ରହ୍ମା:-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ ଗାଁ ପାଖ କାଜୁ ଜଙ୍ଗଲ ରୁ ମିଳିଲା ଯୁବକଙ୍କ କ୍ଷତ ବିକ୍ଷତ ମୃତ ଦେହ,ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୋଜ ବିଶ୍ୱାଳ |ପରିବାର ଲୋକ ଆଣିଲେ ପ୍ରେମଜନିତ ହତ୍ୟା ଅଭିଯୋଗ |ସୂଚନା ମୁତାବକ ମନୋଜ ଗତ କାଲି ସନ୍ଧ୍ୟା ରେ ନିଜ ବାଇକ ରେ ଅଁଳାକଟା ଗାଁ କୁ ଯାତ୍ରା ଦେଖି ଯାଇଥିବା ବେଳେ, ଆଜି ସକାଳେ ତାଙ୍କ କ୍ଷତ ବିକ୍ଷତ ମୃତ ଦେହ ଗାଁ ପାଖ ମାଳି ଘର କାଜୁ ବଗିଚାରେ ପଡ଼ି ଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ |ଗାଁ ଲୋକ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସ କୁ ଖବର ଦେଇଥିଲେ |ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଥିବା ବେଳେ, ପ୍ରେମଜନିତ ଶତ୍ରୁତା କୁ କେନ୍ଦ୍ର କରି ହତ୍ୟା କରିଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି |ତେବେ କିଛି ମାସ ପୂର୍ବରୁ ତାଙ୍କ ବଡ଼ ଭାଇ ସରୋଜ ବିଶ୍ୱାଳ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ |ଏ ନେଇ ଥାନା ରେ ଅଭିଯୋଗ ହୋଇଥିଲା ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି |ତେବେ ପୁନଶ୍ଚ ଆଜି ତାଙ୍କ ମଝିଆ ପୁଅକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି |

Leave A Reply

Your email address will not be published.