(ମାହାଙ୍ଗା -ଦେବେନ୍ଦ୍ର ଷଡ଼ଙ୍ଗୀ) ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ବ୍ଲକ ଓ ପଞ୍ଚାୟତ ସ୍ତରରେ ମାହାଙ୍ଗା ବିଜୁ କୃଷକ ଜନତା ଦଳ କମିଟି ଗଠିତ ହୋଇଯାଇଛି l ଏହି ନାମ ଗୁଡିକୁ ବିଜେଡି ସଭାପତି ରାଜକିଶୋର ଜେନା ଅନୁଷ୍ଠାନିକ ଭାବେ ମାହାଙ୍ଗା କୁଆଁପାଳ ସ୍ଥିତ ପ୍ରତିଭା ଭବନ ପରିସରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଘୋଷଣା କରିଛନ୍ତି l ବ୍ଲକ ଓ ପଞ୍ଚାୟତ ସ୍ତରରେ ଗଠିତ ହୋଇଥିବା ବିଜୁ କୃଷକ ଜନତା ଦଳ କମିଟି ସଭାପତି, ସମ୍ପାଦକ, ଉପସଭାପତି ଏବଂ ସାଧାରଣ ସମ୍ପାଦକ ମାନଙ୍କ ନାମ ଘୋଷଣା ହୋଇଯାଇଛି l ଏହି ବିଜୁ କୃଷକ ଜନତା ଦଳ କମିଟିରେ ବ୍ଲକ ସ୍ତରରେ ଜଣେ ସଭାପତି, 24 ଜଣ ଉପସଭାପତି, 25 ଜଣ ସାଧାରଣ ସମ୍ପାଦକ ଏବଂ ପଞ୍ଚାୟତ ସ୍ତରରେ ମୋଟ 37 ଗୋଟି ପଞ୍ଚାୟତ ରୁ ଜଣେ ଲେଖାଏଁ ସଭାପତି ସମ୍ପାଦକ ମୋଟ 74 ଜଣ ନାମ ଘୋଷଣା କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ମାହାଙ୍ଗା ବିଜେଡି ସଭାପତି ଶ୍ରୀ ଜେନା ଙ୍କ ସମେତ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି, ପ୍ରାକ୍ତନ ଅଧକ୍ଷ ଶରତ ନାୟକ, ଜିଲ୍ଲାପରିଷଦ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରିଆଜୁଲ ହୋଦା, ସରପଞ୍ଚ ସୁଜାତା ମଲିକ, ପୂର୍ବତନ ଜିଲ୍ଲାପରିଷଦ ହୃଷିକେଶ ସ୍ୱାଇଁ, ଯୁବନେତା ଅମୀୟ କୁମାର ନାୟକ, ପ୍ରଶାନ୍ତ ପଟ୍ଟନାୟକ, ଦୀନବନ୍ଧୁ ସାହୁ ଙ୍କ ସମେତ ବହୁ ବିଜୁ ଜନତା ଦଳ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରିଥିଲେ l ଏହି କୃଷକ କମିଟି ଗଠନ ଦ୍ୱାରା କୃଷକ ମାନଙ୍କର ବିକାଶ ହୋଇପାରିବ, ଆଗାମୀ ଦିନରେ କୃଷି ଓ କୃଷକର ସମସ୍ୟା ସମାଧାନ ପାଇଁ ବିଜୁ ଜନତା ଦଳ କମିଟି ମାନଙ୍କ ଜରିଆରେ ସମାଧାନ କରିବ ବୋଲି ବୋଲି ବିଧାୟକ ପ୍ରତାପ ଜେନା ମତବ୍ୟକ୍ତ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.