ସୁନ୍ଦରଗଡ଼ /ବଣେଇ (ବସନ୍ତ କୁମାର ଜେନା):-ଭୁତ ଖୋଜୁଛି ସାତ ମାସର ମୋ ବିଧବା ଭତ୍ତା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକର ଜକେଇକେଲା ପଞ୍ଚାୟତର ବଡପୋଷ ଗ୍ରାମରେ ।
ଏ ହେଉଛନ୍ତି ବଡପୋଷ ଗ୍ରାମର ମଲ୍ଲି କିସାନ । ସ୍ୱାମୀ ଆର ପାରିରେ ଗଲା ପରେ ଦିନ ମଜୁରିଆ କରି ପେଟ ପୋଷିଥାନ୍ତି । ତାଙ୍କୁ ମିଳିଲା ବିଧବା ଭତ୍ତା । ହେଲେ ହଠାତ ବନ୍ଦ ହୋଇଗଲା ଭତ୍ତା । ଭାବନ୍ତି ଏମାସ ଆସିନି ଆସନ୍ତା ମାସ ଆସିବ ଭାବି ମାସ ଗଡାଇ ଚାଲିଲେ । ଦିନେ ଜିଦ ଧରି ଜନ ସେବା କେନ୍ଦ୍ରରେ ବସିବାରୁ ଜନସେବା କେନ୍ଦ୍ର କହିଲେ ବ୍ଲକ ରେ ପଚାର ଆମେ କିଛି କରି ପାରିବୁ ନାହିଁ । ସେ ଶେଷରେ ନଅ କିଲୋମିଟର ଦୂରରେ ଥିବା ବଣେଇ ବ୍ଲକରେ ଯାଇ ଅଭିଯୋଗ କରିଥିଲେକି ମୋର ଏକାଉଣ୍ଟ ରେସାତ ମାସ ହେଲା ଭତା କାହିଁକି ମିଳୁନାହିଁ ପଚାରିବାରୁ ବ୍ଲକ କର୍ମଚାରୀ କହିଲେ ମଲ୍ଲି କିସାନ ମରିଯାଇଛି ସେଥିପାଇଁ ଲିଷ୍ଟରୁ ନାଁ କଟି ଆଇଛି ଏକଥା ଶୁଣି ମଲ୍ଲି କିଷାନ ଆଶ୍ଚର୍ଯ୍ୟ ହୋଇ କର୍ମଚାରୀଙ୍କୁ ଚାହିଁ ରହିଥିଲେ ଓ କହିଲେ ତାହାଲେ ମୁଁ କିଏ ମଲ୍ଲି କିଷାନ ନାଁ ଭୂତ । ସେ କହିଲେ ମୁଁତ ବଞ୍ଚିଛି ମରିଲି କେତେ ବେଳେ। ତାପରେ ବ୍ଲକ କର୍ମଚାରୀ ମଲ୍ଲି କିଷାନ ସାମ୍ନାରେ ଜୀବିତ ଦେଖି ହତବାକ ହୋଇ ଖୋଜା ଖୋଜି କରିବାରେ ଲାଗି ପଡିଲେ ଅଙ୍ଗନବାଡି ଦିଦି ଦେଇଥିବ ରିପୋର୍ଟ , ସେଥିରେ ଲେଖାଯାଇଛି ମଲ୍ଲି କିସାନ ମୃତ । ପୁନର୍ବାର ଆଧାର କାର୍ଡ ନେଲେ କିନ୍ତୁ ଦୁଇମାସ ହେଲା ଦୌଡ଼ୁଛନ୍ତି ବ୍ଲକ ଓ ଅଙ୍ଗନବାଡି କେନ୍ଦ୍ରକୁ କିନ୍ତୁ ସାତ ମାସ ହେଲା ମିଳିନି ଭତ୍ତା । ଅଙ୍ଗନବାଡି କେନ୍ଦ୍ରକୁ ବୁଝିବାକୁ ଗଲେ ଏଠାରେ ତମ କାମ ନାହିଁ ବ୍ଲକ କୁ ଯାଅ କହି ତଡି ଦେଉଥିବା ଅଭିଯୋଗ କରିଛନ୍ତି ମଲ୍ଲି କିଷାନ। ଗ୍ରାମବାସୀ କହନ୍ତି ଯଦି ଛୋଟ ଗାଁରେ ଏଭଳି ଭୁଲ ହୁଏ ତାହେଲେ ସହରରେ କଣ ହବ ।
ଏନେଇ ବଣାଇ ଉପଜିଲ୍ଲାପାଳ ଙ୍କ ନିକଟରେ କୌଣସି ଖବର ନଥିଲା ତାପରେ ସେ ଆମ ପାଖରୁ ବୁଝିବା ପରେ ସେ କାର୍ଯ୍ୟଳୟ ଠାରୁ ବୁଝିଥିଲେ ଏହା ସତ୍ୟ କହିଥିଲେ ତେଣୁ ହିତାଧିକାରୀଙ୍କ ଭୁଲ ହୋଇଥିବା ନେଇ ତାଙ୍କ ପ୍ରାପ୍ୟ ନିଶ୍ଚିତ ଯୋଗାଇ ଦେବୁ ସାତ ଦିନ ଭିରରେ ଭୁଲ କରିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଥିଲେ ।
ଏଠାରୁ ସ୍ପଷ୍ଟ ହେଉଛି ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟ ଦକ୍ଷତା ଉପରେ । କେବଳ ଖାତା କଲମ ରେ ଚାଲୁଛି ବୋଲି ସ୍ପଷ୍ଟ ହେଉଛି । ଏଭକି ଛୋଟ ଭୁଲ ଟିଏ ପାଇଁ ଗରିବ ଅସହାୟ ବିଧବା ଭୂତ ହୋଇ ବୁଲୁଛନ୍ତି ଭତ୍ତା ପାଇଁ ।
Sign in
Sign in
Recover your password.
A password will be e-mailed to you.