ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ତ୍ରିଲୋଚନ କାନୁନଗୋଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି

0 2

ଭୁବନେଶ୍ୱର(ଶାସକ ପ୍ରଶାସକ) : ବରିଷ୍ଠ ରାଜନେତା, ପୂର୍ବତନ ବିଧାୟକ ତଥା ସାଂସଦ ସ୍ୱର୍ଗତ ତ୍ରିଲୋଚନ କାନୁନଗୋଙ୍କୁ ଆଜି ବିଧାନସଭା ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଆଜି ପୂର୍ବାହ୍ନରେ ଡାକ୍ତରଖାନାରୁ ବିଧାନସଭା ପରିସରକୁ ତାଙ୍କ ମରଶରୀର ଅଣାଯିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ, ବରିଷ୍ଠ ବିଧାୟକ ଶ୍ରୀ ପ୍ରଫୁଲ କୁମାର ସାମଲ, ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ଶଶିଭୂଷଣ ବେହେରା, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସୁଶାନ୍ତ କୁମାର ରାଉତ, ପୂର୍ବତନ ବିଧାୟକ ଶ୍ରୀ ଉମା ବଲ୍ଲଭ ରଥ, ଶ୍ରୀ ରାଧାକାନ୍ତ ସେଠୀ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ଏବଂ ଅନ୍ୟ ବହୁ ରାଜନୈତିକ ନେତୃବୃନ୍ଦ ସ୍ୱର୍ଗତ କାନୁନ୍ଗୋଙ୍କ ମରଶରୀରରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶେଷ ଦର୍ଶନ କରିଥିଲେ ।
ବାଚସ୍ପତି ଶ୍ରୀ ଆରୁଖ ଶୋକବାର୍ତ୍ତାରେ କହିଛନ୍ତି ଯେ ଓଡ଼ିଶାର ବିଶିଷ୍ଟ ରାଜନେତା ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ । ଛାତ୍ର ଜୀବନରୁ ଜଣେ ଦକ୍ଷ ଛାତ୍ରନେତା ଭାବେ ନିଜକୁ ପ୍ରତିପାଦିତ କରିଥିବା ସ୍ୱର୍ଗତ କାନୁନଗୋ ପରବର୍ତ୍ତୀ ସମୟରେ ରାଜ୍ୟ ରାଜନୀତିରେ ସକି୍ରୟ ଭୂମିକା ନିର୍ବାହ କରିଥିଲୋ ଅନେକଥର ବିଧାୟକ ଓ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇ ସେ ରାଜ୍ୟର ଉନ୍ନତି ପାଇଁ ବହୁ କାର୍ଯ୍ୟ କରିଛନ୍ତି । କଟକ ମୁ୍ୟନିସିପାଲିଟିର ଚେୟାରମ୍ୟାନ ଭାବେ ସେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇ ଜନସାଧାରଣଙ୍କ ପି୍ରୟଭାଜନ ହୋଇପାରିଥିଲେ । ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେ ଆଜୀବନ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ବିୟୋଗ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।
ବାଚସ୍ପତି ଶ୍ରୀ ଆରୁଖ ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.