ସୁନ୍ଦରଗଡ଼,(ବସନ୍ତ କୁମାର ଜେନା) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଟାଙ୍ଗରପାଲି ବ୍ଲକ ପରିସରରେ ଯୁଗ୍ମ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି I ଏହି ଯୁଗ୍ମ ଜନଶୁଣାଣି ରେ ଜିଲ୍ଲାପାଳ ଡା. ପରାଗ ଗଭାଲି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଯୋଗ ଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଆଦିର ଶୁଣାଣି କରିଥିଲେ I
ଆଜିର ଅନୁଷ୍ଠିତ ଏହି ଜନଶୁଣାଣି ରେ ସମୁଦାୟ 69 ଗୋଟି ଅଭିଯୋଗ ଆସିଥିଲା I
I ତନ୍ମଧ୍ୟରୁ 50 ଗୋଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଆଦି ଥିବା ବେଳେ 19 ଗୋଟି ସାମୁହିକ ଅଭିଯୋଗ ରହିଥିଲା I ସେହିଭଳି 18 ଗୋଟି ଅଭିଯୋଗ ର ତତ୍ କ୍ଷଣାତ୍ ସମାଧନ କରାଯାଇଥିଲା I ଯେଉଁ ଥିରେ କି 12 ଗୋଟି ଅଭିଯୋଗ ସି.ଏମ୍. ଆର୍. ଏଫ୍. ରୁ ଆର୍ଥିକ ସହାୟତା ଯୋଗାଇବା ସମ୍ବନ୍ଧିତ ରହିଥିଲା I ଏହି ଅଭିଯୋଗ ଗୁଡିକ ମଧ୍ୟରୁ ଆବାସ ଯୋଜନା ରେ ଘର ସମ୍ବନ୍ଧିତ, ରାସ୍ତା ଘାଟ ଆଦିର ମରାମତି ତଥା ଉନ୍ନତିକରଣ, ଡ୍ରେନେଜ ସମସ୍ୟା, ଭତ୍ତା ଆଦି ରହିଥିଲା I ବାକି ରହିଯାଇଥିବା ଅନ୍ୟାନ୍ୟ ସମସ୍ତ ଅଭିଯୋଗ ଗୁଡ଼ିକର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ତୁରନ୍ତ ତାହାର ସମାଧନ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I
ଆଜିର ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଶ୍ରୀ ପ୍ରଦୀପ ମିରାସେ, ସଦର ଉପ ଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର (ଆପାତକାଳୀନ) ଶ୍ରୀମତୀ କୁନ୍ତୀ ନାୟକ, ଟାଙ୍ଗରପାଲି ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ତହସିଲଦାର ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.