ଭାପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗ

0 3

ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାପାଳଙ୍କ ତରଫରୁ ସୋମବାର ଭାପୁର ବ୍ଲକ ଅଭିଯୋଗ ଶୁଣାଣି କକ୍ଷରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରରେ ମୋଟ ୮୫ଟି ଅଭିଯୋଗ ଆସିଥିବା ବେଳେ ସେଥୁରୁ ତତ୍କାଳ ୫୭ଟି ସମାଧାନ ହୋଇଯାଇଛି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ପ୍ରକଳ୍ପ ନିର୍ଦେଶକ ସୁବାଷ ଚନ୍ଦ୍ର ରାୟ, ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ, ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବିଡିଓ ରଞ୍ଜିତ ମଲ୍ଲିକ, ତହସିଲଦାର ଲଗ୍ନଜିତ ବେହେରା, ଏବିଡିଓ ସରୋଜ କୁମାର ନାୟକ ଯୋଗଦେଇଥିଲେ। ଏହି ଶିବିରରେ ମୋଟ ୮୫ଟି ଅଭିଯୋଗ ଆସିଥିବା ବେଳେ ସେଥୁରୁ ଗୋଟିଏ ଗ୍ରାମ୍ୟ ବିବାଦ ନିଜସ୍ବ ସମାସ୍ୟା ୪୪ଟି ଅଭିଯୋଗ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୩୭ ଟି ଓ ରେଡକ୍ରସରୁ ସହାୟତା ପାଇଁ ତିନୋଟି ଅଭିଯୋଗ ଆସିଥିଲା। ସେଥିରୁ ତତ୍କାଳ ୫୭ଟି ସମାଧାନ ହୋଇଯାଇଛି।

Leave A Reply

Your email address will not be published.