ପଦ୍ମପୁର/ଶିବାଶିଷ ପଟ୍ଟନାୟକ :ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟଠାରେ ବିଶିଷ୍ଟ ରାଷ୍ଟ୍ରନୀତିଜ୍ଞ,ମହାନ୍ ଜନନାୟକ,ପ୍ରବାଦପୁରୁଷ,ସ୍ଵାଧୀନତା ସଂଗ୍ରାମୀ,ଅପ୍ରତିଦ୍ଵନ୍ଦ୍ବୀ ରାଜନେତା ତଥା ଆମ ରାଜ୍ୟର ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କର ୨୬ତମ ତିରୋଧାନ ଦିବସ ପ୍ରିୟ ବିଧାୟିକା ବର୍ଷା ସିଂ ବରିହାଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ କର୍ମୀଙ୍କ ଦ୍ଵାରା ନିରାଡମ୍ବର ଭାବେ ପାଳନ କରାଯାଇଛି । ବିଜୁବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ତଥା ପୂଜାର୍ଚନା କରାଯାଇ,ବିଜୁବାବୁ ଅମର ରହେ ଏବଂ ବିଜୁବାବୁଙ୍କୁ ଭାରତ ରତ୍ନ ଆମର ଦାବି ପ୍ରମୁଖ ଧ୍ବନୀରେ ସ୍ଥାନଟି ପ୍ରକମ୍ପିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୁବନେତା ଭୋଜରାଜ ସିଂ ବରିହା, ଟାଉନ୍ ସଭାପତି ନବ କିଶୋର ସାହୁ, ଏନ୍. ଏ. ସି. ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ରାଜୁ ଘିଭେଲା, ଚମ୍ପକ ପୁରୋହିତ, କବିତା ସେଠ୍, ଟାଉନ୍ ସଭାନେତ୍ରୀ ମନୋରମା ମହାପାତ୍ର, ଗୋବିନ୍ଦ ପାଣିଗ୍ରାହୀ, ଆକବର ଅଲ୍ଲୀ ଖାନ୍,ବବଲୁ ଖାନ୍, ସନ୍ତୋଷ ବହିଦାର, ପ୍ରଫୁଲ୍ଲ ମିଶ୍ର,ବୁଲୁ ପାଣିଗ୍ରାହୀ, ବେଦବ୍ୟାସ ପଧାନ, ଗାଦି ନାରାୟଣ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଭରତ ପଣ୍ଡା, ସରଜୁ ପଟ୍ଟନାୟକ, କିଶୋର ନନ୍ଦିଘୋଷ, ଅରବିନ୍ଦ ପାଣିଗ୍ରାହୀଙ୍କ ସମେତ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post