ମିଶନ 2024 ନିର୍ବାଚନ ପାଇଁ ବାଜପୁରାରୁ ରଣହୁଙ୍କାର ଦେଲେ ବିଧାୟକ ପ୍ରତାପ ଜେନା

0 3

ଆଗାମୀ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜେଡି କର୍ମୀମାନଙ୍କୁ ବିଜୟୀ ମନ୍ତ୍ର ପ୍ରଦାନ କଲେ ବିଧାୟକ

(ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ ) ମାହାଙ୍ଗା ବ୍ଲକ ର ସମସ୍ତ ପଞ୍ଚାୟତ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ପଞ୍ଚାୟତ ହେଉଛି ବାଜପୁରା ଗ୍ରାମ ପଞ୍ଚାୟତ l ଯେଉଁ ବାଜପୁରା ପଞ୍ଚାୟତରୁ ବିଧାୟକ ପ୍ରତାପ ଜେନା ମିଶନ 2024 ରେ ବିଜୁ ଜନତା ଦଳକୁ ବହୁ ସଂଖ୍ୟାରେ ବିଜୟୀ କରାଇବା ପାଇଁ ରଣହୁଙ୍କାର ଦେଇଛନ୍ତି l ଏହି ଅବସରରେ ମାହାଙ୍ଗା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ବାଜପୁରା ସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ପ୍ରବାଦପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ପୂର୍ବକ ଆଗାମୀ ନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜୁ ଜନତା ଦଳ କୁ ବହୁ ସଂଖ୍ୟା ଭୋଟରେ ଜିତିବା ପାଇଁ ସମସ୍ତ ବିଜେଡି କର୍ମୀମାନଙ୍କୁ ପ୍ରଦାନ କରିଛନ୍ତି ବିଜୟୀ ମନ୍ତ୍ର, ପ୍ରସ୍ତୁତି ଖସଡା l ଏପରିକି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି 2009 ରୁ ମାହାଙ୍ଗା ଅଞ୍ଚଳକୁ ବିଜୟୀ ହୋଇ ଆସିଲା ପରେ ବାଜପୁରା ଗ୍ରାମବାସୀଙ୍କ ଆଶୀର୍ବାଦ ଏବଂ ମାହାଙ୍ଗା ଅଞ୍ଚଳବାସୀଙ୍କ ଭଲପାଇବା ପାଇଁ ମାହାଙ୍ଗା ଅଞ୍ଚଳରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇପାରିଛି l ଆଉ ଏହି ବିକାଶମୂଳକ କାର୍ଯ୍ୟକୁ ଶତଗୁଣିତ କରିବା ପାଇଁ ଏହି ବାଜପୁରା ଗ୍ରାମରୁ ଆଜି 2024 ନିର୍ବାଚନ ପାଇଁ ମୂଳଦୂଆ ପଡିଲା, ଆଉ ଏହି ବାଜପୁରା ରୁ ଆରମ୍ଭ ହୋଇଥିବା ଏହି ମିଶନ ସମସ୍ତ ଙ୍କ ଆଶୀର୍ବାଦ ରେ ପୂର୍ବ ଅପେକ୍ଷା ଅଧିକରୁ ଅଧିକ ସଫଳ ହେବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ଅତିଥି ଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି, ବିଜେଡି ବ୍ଲକ ସଭାପତି ରାଜକିଶୋର ଜେନା, ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକ,ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ସେଠି, ରିୟାଜୁଲ ହୋଦା, ବିଜେଡି ପର୍ଯ୍ୟବେକ୍ଷକ ବିବେକାନନ୍ଦ ସାମନ୍ତରାୟ, ବାଜପୁରା ସରପଞ୍ଚ ପ୍ରଭାତ କିଶୋର ରାଉତ, ସମିତିସଭ୍ୟ ପରମାନନ୍ଦ ନାୟକଙ୍କ ସମେତ ବହୁ ବିଶିଷ୍ଟ ବିଜେଡି କର୍ମୀ, ବିଜେଡି ପଞ୍ଚାୟତ ସଭାପତି, କାର୍ଯ୍ୟକାରୀ ସଭାପତି, ବିଜେଡି ବ୍ଲକ କମିଟି କର୍ମକର୍ତା, ବିଜେଡି ବ୍ଲକ ପରାମର୍ଶଦାତା କମିଟି, ଜୋନ ସଭାପତି, ବିଜେଡି ପଞ୍ଚାୟତ ପର୍ଯ୍ୟବେକ୍ଷକ ମାନେ ଯୋଗଦାନ କରି କାର୍ଯ୍ୟକାରିଣୀ ବୈଠକରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ l ତେବେ ଆଗାମୀ 2024 ନିର୍ବାଚନ ରେ ବିଧାୟକ ପ୍ରତାପ ଜେନା ଙ୍କୁ ମାହାଙ୍ଗା ରେ ଶତପ୍ରତିଶତ ଭୋଟରେ ବିଜୟୀ କରାଇବା ପାଇଁ ସମସ୍ତ ବିଜୁ ଜନତା ଦଳ କର୍ମୀମାନେ ଯୋଜନା ଆରମ୍ଭ କରିଦେଇଥିବାର ପ୍ରକାଶ କରିଥିଲେ l

Leave A Reply

Your email address will not be published.