କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : କ୍ରୀଡାର ପରିପୋଷଣ ଏବଂ କ୍ରୀଡାବିତ୍ ମାନସିକତାକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିବଦ୍ଧତା ଆଧାରରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ରାୟଗଡାର ଟିକିରିସ୍ଥିତ ଏହାର ଓଷାପଡା ଷ୍ଟାଡିୟମ୍ଠାରେ ୨୦୨୩ ଏପ୍ରିଲ ୮ରୁ ୧୯ ତାରିଖ ପର୍ଯ୍ୟନ୍ତ ଉତ୍କଳ ପ୍ରିମିୟର ଲିଗ୍ (ୟୁପିଏଲ୍) ସିଜନ୍-୩ ଆୟୋଜନ କରୁଛି ।
ଏହି ଟୁର୍ଣ୍ଣାମେଂଟ ଆରମ୍ଭରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଶ୍ରୀ ମଜହର ବେଗ୍, ୟୁନିଟ ହେଡ ଏବଂ ପ୍ରେସିଡେଂଟ, ଉତ୍କଳ ଆଲୁମିନା, ଶ୍ରୀ କଣ୍ଟ ମାଝୀ, କାଶୀପୁର ବ୍ଲକ ଚେୟାରମ୍ୟାନ ଏବଂ ଶ୍ରୀ ଦେବୀଦତ ମଲ୍ଲିକ, ଆଇଆଇସି ଦୋରାଗୁଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ ଦଳର ଖେଳାଳି ଶ୍ରୀ ମାନସ ଖରାଙ୍କୁ ସ୍ୱତନ୍ତ୍ର ଅତିଥି ଭାବରେ ଆମନ୍ତ୍ରଣ କରାଯାଇଥିଲା ।
ଏହି ଅବସରରେ ପ୍ରକାଶ କରି ଶ୍ରୀ ବେଗ୍ ବର୍ଣ୍ଣନା କରିଥିଲେ ଯେ, “ଉତ୍କଳ ଆଲୁମିନା ତାହାର କାର୍ଯ୍ୟକାରିତା ଅଂଚଳ ମଧ୍ୟରେ ଏବଂ ଏହାର ଚତୁର୍ପାଶ୍ୱର୍ରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ରହିଛି । ଉତ୍କଳ ପ୍ରିମିୟର ଲିଗ୍ (ୟୁପିଏଲ୍) ଏଭଳି ଏକ ପ୍ଲାଟଫର୍ମ ଯାହା ଆମ କ୍ରୀଡା ପ୍ରତିଭାମାନଙ୍କୁ ସେମାନଙ୍କର କ୍ରୀଡାପ୍ରତି ଥିବା ଉତ୍ସାହ ଓ ଉତ୍ସର୍ଗୀକୃତ ଭାବ ପ୍ରଦର୍ଶନ କରିବାର ସୁଯୋଗ ଯୋଗାଇ ଦେଉଛି ଏବଂ ଏହା କ୍ରିକେଟପ୍ରେମୀଙ୍କୁ ଏହି ଦୁର୍ଗମ ସ୍ଥାନରେ ଉଚ୍ଚମାନର କ୍ରିକେଟ ଖେଳ ଦେଖିବାର ସୁଯୋଗ ଦେଉଛି । ମୋର ବିଶ୍ୱାସ ଯେ ଏହି ଲିଗ୍ ନିଶ୍ଚିତ ଭାବରେ ପ୍ରତ୍ୟେକଙ୍କ ମଧ୍ୟରେ ପ୍ରକୃତ କ୍ରୀଡାବିତ୍ ଭାବକୁ ପ୍ରୋତ୍ସାହିତ କରିବ ।”
ଉଦ୍ଘାଟନୀ କାର୍ଯ୍ୟକ୍ରମ ପରେ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା, ଯେଉଁଥିରେ ଓଡ଼ିଶାର ଖ୍ୟାତିସମ୍ପନ୍ନ କଳାକାର ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହା ଦର୍ଶକମାନଙ୍କ ନିକଟରେ ବେଶ୍ ଗ୍ରହଣୀୟ ହୋଇଥିଲା ଏବଂ କଳାକାରମାନଙ୍କୁ ସେମାନଙ୍କର ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post