ସେବା ଏକ୍ସପ୍ରେସ ଏବଂ ପୁରୀ ଟ୍ରେନରେ ଟିକେଟ ଚେକିଂ ଜୋରଦାର

0

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ଼ ଟାଉନ, ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ଦୈନିକ ଚଳାଚଳ କରୁଥିବା ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହା ସହିତ ତାଳ ଦେଇ ବିନା ଟିକେଟଧାରୀ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏ ନେଇ ରେଳ ବିଭାଗ ନିକଟରେ ଅଭିଯୋଗ ହେବା ପରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସରେ ଆଜି କଡାକଡି ଟିକେଟ ଯାଞ୍ଚ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ଖୋର୍ଦ୍ଧାରୋଡ ଠାରୁ ଏହି ଚେକିଂକୁ ଜୋରଦାର କରାଯାଇଛି। ଟ୍ରାଭେଲିଂ ଟିଟିଇ ସହିତ ଏକ ସ୍ବତନ୍ତ୍ର ଟିମ୍ ଦ୍ଵାରା ଏହି ଟ୍ରେନରେ ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ରେଳ ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ବେ ଏହି ରୁଟ ଟ୍ରେନରେ ବିନା ଟିକେଟ୍ ଯାତ୍ରା କରିବା ବନ୍ଦ ହେବାର ନାମ ନେଉନାହିଁ। ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବଢିବା ସୂଚନା ପାଇବା ପରେ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ସକାଳୁ ପୁଣି ଟିକେଟ ଚେକିଂକୁ କଡାକଡି କରାଯାଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ଠାରୁ ରେଳ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରାଯାଇଛି ।

Leave A Reply

Your email address will not be published.