ପୁର୍ବତନ ସମିତି ସଭ୍ୟଙ୍କ ଜିପକୁ ଜାଳିଦେଲେ ଦୁର୍ବୁତ୍ତ |

0

ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ।

ଗୋଟିଏ ବାଇକରେ ୩ ଦୁର୍ବୁତ୍ତ ଆସିଥିବା ସୁଚନା।

କାମାକ୍ଷାନଗର: – ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଙ୍କ ଜିପ କୁ ଜାଳିଦେଲେ ଦୁର୍ବୁତ୍ତ |ଗତ ବିଳମ୍ବିତ ରାତି ରେ ଏହି ଜିପ ଜାଳି ଦେଇଛନ୍ତି ଦୁର୍ବୁତ୍ତ |
ପୂର୍ବତନ ସମିତି ସଭ୍ୟ ହେଉଛନ୍ତି ଅଶ୍ୱିନୀ କୁମାର ପରିଡା |ସୂଚନା ମୁତାବକ ପୂର୍ବରୁ ରାଜନୈତିକ ଶତ୍ରୁତା କୁ କେନ୍ଦ୍ରକରି ଦୁର୍ବୁତ୍ତ ମାନେ ଜିପ ଜାଳି ଦେଇଥିବା ଅଭିଯୋଗ କରିଛନ୍ତି ଅଶ୍ୱିନୀ ଙ୍କ ଭାଇ |ଏ ନେଇ ଅଶ୍ୱିନୀ ତୁମୁସିଙ୍ଗା ଥାନା ରେ ଅଭିଯୋଗ କରିବା ପରେ, ଘଟଣା ସ୍ଥଳକୁ ଯାଇ ପୋଲିସ ଅଧିକ ତଦନ୍ତ ଚଳାଇଛନ୍ତି। ଅଶ୍ୱିନୀଙ୍କ କହିବା ମୁତାବକ ଗତ କାଲି ବିଳମ୍ବିତ ରାତୀରେ ଗୋଟିଏ ପଲସର ବାଇକ ଯୋଗେ ୩ ଜଣ ଦୁର୍ବୁତ୍ତ ଆସି ଘର ମୁଖ୍ୟ କବାଟ ବାଡେଇବା ସହ ମାରାଣାସ୍ତ୍ର ଧରି ଧମକ ଚମକ ଦେଇ ଜିବନରେ ମାରିବାକୁ ମଧ୍ୟ ଧମକ ଦେଇଥିଲେ। ଏବଂ ଘର ସମ୍ମୁଖରେ ଥିବା ଜିପଟିକୁ ଜିଳିଦେବେ ବୋଲି କହିଥିଲେ। ଏବଂ ଦୁର୍ବୁତ୍ତ ମାନେ କିଛି ସମୟ ପର ସେଠାରୁ ଚାଲିଯିବା ପରେ ଅଶ୍ବୀନି ଆସି ବାହାରେ ଦେଖିଲା ବେଳକ ଜିପଟି ଜଳିଯାଉଛି। ଗ୍ରାମବାସୀଙ୍କ ଦ୍ବାରା ନିଆଁକୁ ଆୟତ କରିଥିଲେ। ଏବଂ ଆଜି ଥାନାରେ ଅଶ୍ବୀନି ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ତୁମୁଶିଙ୍ଗା ପୋଲିସ ଓ ପଣ୍ଡୁଆ ଫାଣ୍ଡି ଅଧିକାରିଣୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପ୍ରାଥମିକ କରିବା ସହ ଅଧିକ ତଦନ୍ତ ଯାରି ରଖୀଛିି। ଏବଂ ପୋଲିସ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବର୍ତ୍ତମାନ ସୁଧା ପୋଲିସ ଏ ସଂକ୍ରାନ୍ତରେ କାହାକୁ ଗିରଫ କରିନାହିଁ।

Leave A Reply

Your email address will not be published.