ତୈଲିକ ବୈସ୍ୟ ସାହୁ ସମାଜ ର ଜିଲ୍ଲା ସ୍ତରୀୟ ବାର୍ଷିକ ଉତ୍ସବ
ବରଗଡ଼ :- ବରଗଡ ଜିଲ୍ଲାର ପବିତ୍ର ନୃସିଂହନାଥ ପୀଠ ଠାରେ ବରଗଡ଼ ଜିଲ୍ଲା ତୈଲିକ ବୈସ୍ୟ ସାହୁ ସମାଜ ର ବାର୍ଷିକ ଉତ୍ସବ ର ଆୟୋଜନ ହୋଇ ଯାଇଛି । ଆଜି ଦ୍ଵିତୀୟ ଓ ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଯୋଗଦାନ କରି ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ । ଜେକୋଣସି ସମାଜ ର ବିକାଶ ପାଇଁ ସର୍ବପ୍ରଥମେ ମହିଳା ମାନଙ୍କର ଶିକ୍ଷା କୁ ଗୁରୁତ୍ୱ ଦେବାକୁ ପଡିବ । ଏଥିପାଇଁ ପରିବାର ବର୍ଗ ଙ୍କର ସହିତ ସମାଜ ର କର୍ମକର୍ତ୍ତା ଓ ମୁଖିଆ ମାନେ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବାକୁ ପଡିବ । ଏହା ସହିତ ସମାଜର ସମସ୍ତ ବ୍ୟକ୍ତି ଏକତାର ସହିତ ଯୋଡି ହୋଇ ରହିଲେ ସମାଜ ର ସଂଗଠନ ସଶକ୍ତ ଓ ମଜବୁତ ହେବ । କେବଳ ଜିଲ୍ଲା ସ୍ତରରେ ନୁହେଁ ପ୍ରତେକ ବ୍ଲକ ସ୍ତରରେ ସାମାଜିକ ସଂଗଠନ କୁ ମଜବୁତ କାରବାର ଆବଶ୍ୟକ ରହିଛି ବୋଲି ଶ୍ରୀ ସିଂ କହିଥଲେ । ସାହୁ ସମାଜ ର ଦାବି ମୁତାବକ ଶ୍ରୀ ସିଂ ପୂର୍ବରୁ ସମାଜ ର ନୃସିଂହନାଥ ପୀଠରେ ତିଆରି ହେଉଥିବା ଧର୍ମଶାଳା ପାଇଁ ଯଥାକ୍ରମେ ଦଶ ଲକ୍ଷ ଓ ଦୁଇ ଲକ୍ଷ ଟଙ୍କା ପ୍ରଦାନ କରାଇବାରେ ପଦକ୍ଷେପ ନେଇଥିବା ବେଳେ ଆଜି ନିର୍ମାଣାଧୀନ ଧର୍ମଶାଳା ବୁଲିବା ସମୟରେ ଆହୁରି ଯାହା ଅର୍ଥ ଆବଶ୍ୟକ ହେବ ତାକୁ ପୂରଣ କରାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।ଫେରିବା ବାଟରେ ଶ୍ରୀ ସିଂ ଜର୍ଜଗଡ଼ ଦୁର୍ଗା ମଣ୍ଡପ ରେ ସ୍ୱଳ୍ପ ସମୟ ଅଟକି ମଣ୍ଡପ ପଛପଟେ ଚାଲିଥିବା ନିର୍ମାଣ କାର୍ୟ୍ଯ ଦେଖିଥିଲେ ।