ମଦ ନିଶା ରେ ମତୁଆଲା ହେଉଛନ୍ତି ନିରୀହ ଆଦିବାସୀ ଛାତ୍ର ଛାତ୍ରୀ

0

https://youtu.be/zE6WzioLy0w

ମଦଭାଟି ବନ୍ଦ କରିବାକୁ ଦାବି ହେଲେ ବି ପ୍ରଶାସନ ନିରବଦ୍ରଷ୍ଟା.


ଅଶୋକ ସାହୁ:  କୁନିକୁନି ପିଲାମାନେ ହେଉଛନ୍ତି ଦେଶ ର ଭବିଷ୍ୟତ. ସମସ୍ତ ପିତାମାତା ନିଜ ନିଜ ପିଲାଙ୍କ ପାଇଁ ଦେଖନ୍ତି ଉତ୍ତମ ଭବିଷ୍ୟତ ଇଛାକରନ୍ତି ତାଙ୍କ ପିଲା ପାଠ ପଢି ମଣିଷ ଟିଏ ହବ କିନ୍ତୁ ଏବେ ତାଙ୍କ ସ୍ବପ୍ନ ଉପରେ କାଳ ସାଜିଛି ମଦଭାଟି. କୁନି କୁନି ପିଲା ମଦ ପି ମାତାଲ ହେବାକୁ ବସିଲେଣି ନା ଯାଉଛନ୍ତି ସ୍କୁଲ ନା ପଡୁଛନ୍ତି ପାଠ. ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ. କୋଷାଗୁମୁଡା ବ୍ଲକ କୁ ଲାଗି ରହିଥିବା ଦାଢ଼ିଆ ମାଝୀଗୁଡା ଆଖ ପାଖ ଗ୍ରାମଗୁଡିକର କୁନି କୁନି ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି. ଏହାର ମୁଖ୍ୟ କାରଣ ସାଜିଛି ଦାଢ଼ିଆ ମାଝୀଗୁଡା ରେ ଚାଲିଥିବା ଦେଶୀ ମଦଭାଟି. ଏହି ମଦଭାଟି ଜଗୁ ଅଖା ପାଖ ଗ୍ରାମ ଗୁଡିକ ର କୁନିକୁନି ପିଲାମାନେ ଦିନ କୁ ଦିନ ମଦ ନିଶାରେ ଆକ୍ରାନ୍ତ ହେଉଥିବା କହୁଛନ୍ତି ଦାଢ଼ିଆ ମାଝୀଗୁଡା ଗ୍ରାମବାସୀ. ପିଲାମାନେ ମଦ ନିଶା ରେ ଲିପ୍ତ ହୋଇ ପିତା ମାତା ଙ୍କ କଥା ଜମା ଶୁଣୁ ନାହାନ୍ତି. ଜମା ରୁ ସ୍କୁଲ ଯାଉ ନାହାନ୍ତି ଯେଉଁଥି ପାଇଁକି ଏବେ ବହୁ ଚିନ୍ତା ରେ ତାଙ୍କ ପିତାମାତା. ବାରମ୍ବାର ପ୍ରଶାସନ ଆଗରେ ମଦଭାଟି ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁନଥିବା କହୁଛନ୍ତି ଗ୍ରାମାଞ୍ଚଳ ର ନିରୀହ ଆଦିବାସୀ. ବିଧାୟକ ସରପଞ୍ଚ ବା ସମିତି ସଭ୍ୟ ସମସ୍ତେ ନିଜ ନିଜ ଫାଇଦା ରେ ରହୁଛନ୍ତି କିନ୍ତୁ ଅଞ୍ଚଳ ରେ ଚାଲିଥିବା ମଦଭାଟି କୁ ବନ୍ଦ କରିବା ପାଇଁ କାହା ପାଖରେ ବି ଅନ୍ତର ଟିକେ ନାହିଁ ବୋଲି ସମସ୍ତ ଙ୍କୁ ନିନ୍ଦା କରୁଛନ୍ତି ଗ୍ରାମବାସି. ଗ୍ରାମବାସୀ ଜିଲ୍ଲାପାଳ ଙ୍କୁ ମଧ୍ୟ ଏହି ଦିଗରେ ଲିଖିତ ଅଭିଯୋଗ କରି ମଦଭାଟି କୁ ବନ୍ଦ କରିବା ପାଇଁ ଗୁହାରି କରିଥିଲେ ବି କାହିଁ ଏବେ ଯାଏଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ମତ ପ୍ରକାଶ କରୁଛନ୍ତି ଦାଢ଼ିଆ ମାଝୀଗୁଡା ଗ୍ରାମବାସୀ. ବିଗତ ଲୋକସଭା ବିଧାନସଭା ନିର୍ବାଚନ ରେ ଜିତିଥିବା ବିଧାୟକ ଓ ସାଂସଦ ନିର୍ବାଚନ ପୂର୍ବ ରୁ ମଦଭାଟି କୁ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ନିର୍ବାଚନ ସରିଲାପରେ ଦେଇଥିବା ପ୍ରତିଶୃତି କୁ ବିଧାୟକ ଓ ସାଂସଦ ଭୁଲିଗଲେ ବୋଲି ବି କହୁଛନ୍ତି ଗ୍ରାମବାସୀ. ମଦ ଭାଟିରୁ ପ୍ରତ୍ୟକ ଦିନ ମୋଟର ସାଇକେଲ ଯୋଗେ ଆଖପାଖ ଅଞ୍ଚଳ କୁ ମଦ ବିକ୍ରି ହେଉଛି. ଆଖପାଖ ଗ୍ରାମ ଗୁଡିକରେ ବସବାସ କରୁଥିବା ନିରୀହ ଆଦିବାସୀ ଦିନକୁ ଦିନ ମଦ ନିଶା ରେ ଆକ୍ରାନ୍ତ ହୋଇ ଘରେ ଘରେ ମଦୁଆ ସ୍ତୃଷ୍ଟି ହେଉଛନ୍ତି ଯଉଁଥି ପାଇଁ ପ୍ରଶାସନ ଦାୟୀ ବଲି ବୁଦ୍ଧିଜୀବୀ ମତ ପ୍ରକାଶ କରୁଛନ୍ତି. ଏଥି ପ୍ରତି ଅବକାରୀ ବିଭାଗ ର ଦୃଷ୍ଟି ଟିକେ ପଡୁନଥିବା ଏବେ ଅଞ୍ଚଳବାସୀ ଙ୍କ ମନ ରେ ସୃଷ୍ଟି କରୁଛି ଅନେକ ପ୍ରଶ୍ନ. କଣ ଜାଣିଶୁଣି ପ୍ରଶାସନ ନିରୀହ ଆଦିବାସୀ ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛି କି? କେବେ ବନ୍ଦ ହେବ ଦାଢ଼ିଆ ମାଝୀଗୁଡା ରେ ଦିନ ରାତି ଚାଲଥିବା ମଦଭାଟି କେବେ ମଦ ନିଶା ରୁ ମୁକ୍ତି ପାଇବେ କୁନିକୁନି ନିରୀହ ଆଦିବାସୀ ପିଲାମାନେ ଏହା ଏବେ ବଡ଼ ପ୍ରଶ୍ନ!

Leave A Reply

Your email address will not be published.