ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ବୈଠକ,ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳମାନଙ୍କ ସହ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲୋ ଏହି ଅବସରରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ ଯେ ୨୦୨୩ ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଆଖି ଆଗରେ ରଖି ସମସ୍ତେ ଚଳିତ ବର୍ଷ ପାଇଁ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ଲାନ ପ୍ରସ୍ତୁତ କରି ମଇ ମାସ ୩୧ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବୋ
ସେହପରି ଅତିରିକ୍ତ ଜିଲ୍ଲାପାଳ ଯେଉଁମାନେ ଜରୁରୀକାଳୀନ ଦାୟିତ୍ୱରେ ଅଛନ୍ତି ସେମାନେ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ ସହ ପ୍ରତ୍ୟେକ ଶୁକ୍ରବାର ଦିନ ସାପ୍ତାହିକ ସମୀକ୍ଷା ବୈଠକ କରିବେ ଏବଂ ବୈଠକର ବିସ୍ତୃତ ବିବରଣୀ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଅବଗତ କରାଇବୋ
ଜିଲ୍ଲାପାଳମାନେ ଏବେ ଘଟିଯାଇଥିବା ଘୂର୍ଣ୍ଣିଝଡ଼/କୁଆପଥର ମାଡ଼ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସଂପର୍କରେ ରିପୋର୍ଟ ନିର୍ଦ୍ଦିଷ୍ଟ ଫର୍ମାଟରେ ତୁରନ୍ତ ଦାଖଲ କରିବୋ ସେହିପରି ଜିଲ୍ଲାସ୍ତରରେ କଣ୍ଟ୍ରୋଲ ରୁମ୍ଗୁଡ଼ିକ ସଠିକ୍ ଭାବେ କାର୍ଯ୍ୟ କରୁଛି ବୋଲି ସୁନିଶ୍ଚିତ କରିବାକୁ ପଡ଼ିବା ମଇ ମାସ ପୂର୍ବରୁ ଜିଲ୍ଲା ଜରୁରୀକାଳୀନ ଅପରେସନ୍ ସେଣ୍ଟରଗୁଡ଼ିକରେ ଥିବା ଯନ୍ତ୍ରପାତିଗୁଡ଼ିକ ଠିକ୍ ଠାକ୍ ଅଛି କି ନାହିଁ ସେସବୁକୁ ତନଖି କରିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତିା ଏହି ବୈଠକରେ ଅତିରିକ୍ତ ରିଲିଫ୍ କମିଶନର ଓ ଯୁଗ୍ମ ରିଲିଫ୍ କମିଶନର ଉପସ୍ଥିତ ଥିଲୋ