ଉତ୍କଳ ଦିବସରେ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ଉତ୍ସବ ପାଳନ

0

 ସମାଜ ପ୍ରତି ସେବା ପାଇଁ ପଦ୍ମ ବିଭୂଷଣ ସ୍ଥାପତ୍ୟ ଶିଳ୍ପୀ ଶ୍ରୀ ସୁଦର୍ଶନ ସାହୁଙ୍କ ସମେତ ଅନ୍ୟମାନଙ୍କୁ ସମ୍ବର୍ଦ୍ଧନା

ଝାରସୁଗୁଡ଼ା/ ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଏହାର ଝାରସୁଗୁଡ଼ା ଓ ଲାଞ୍ଜିଗଡ଼ (କଳାହାଣ୍ଡି) କାର୍ଯ୍ୟ କ୍ଷେତ୍ରରେ ୮୮ତମ ଉତ୍କଳ ଦିବସ ଅବସରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପାଳନ କରାଯାଇଛି । ଝାରସୁଗୁଡ଼ା ସ୍ଥିତ ସ୍ମେଲଟରରେ ଆୟୋଜିତ ଭବ୍ୟ ସମାରୋହରେ କଂପାନି ପକ୍ଷରୁ ସ୍ଥାପତ୍ୟ ଶିଳ୍ପୀ ପଦ୍ମ ବିଭୂଷଣ ଶ୍ରୀ ସୁଦର୍ଶନ ସାହୁ ଏବଂ ଟଙ୍କିକିଆ ଡାକ୍ତର ଭାବେ ଜନପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନିଙ୍କ ଭଳି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ଓଡ଼ିଆ ସଂସ୍କୃତି ଓ ସମାଜର ସେବା ପାଇଁ ଅବଦାନ ଲାଗି କଂପାନି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ଏହି କାର୍ଯ୍ୟକ୍ରମ ଅବସରରେ ବିଶିଷ୍ଟ ଓଡ଼ିଆ ଗାୟକ ଓ ଗାୟିକା ଶ୍ରୀ ଅବିନାଶ ଦାସ ଓ ଶ୍ରୀ ଲୋପାମୁଦ୍ରା ଦାସ ଦର୍ଶକମାନଙ୍କୁ ସେମାନଙ୍କ ସ୍ମୃତିମଧୂର ଗୀତରେ ରୋମାଂଚିତ କରିବା ସହ ଓଡ଼ିଶାର ସଂସ୍କୃତିକୁ ପାଳନ କରାଯାଇଥିବା ବେଳେ ଆଦି-ଅନାଦି ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାରମ୍ପରିକ ଓଡ଼ିଆ ଭୋଜନ ପ୍ରସ୍ତୁତ କରାଯାଇଥିଲା । ପାରମ୍ପରିକ ଓଡ଼ିଆ କଳାକୃତି ଝୋଟି ଚିତା (ଚାଉଳ ଗୁଣ୍ଡରେ ଚିତ୍ରାଙ୍କନ), ରଙ୍ଗୋଲି, ଅଳ୍ପଣା ଓ ପିଠାକୁ ନେଇ ପ୍ରତିଯୋଗିତା ସମେତ ଓଡ଼ିଶାର ବିଭିନ୍ନ କଳା ଓ ହସ୍ତତନ୍ତକୁ ନେଇ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ।
ଓଡ଼ିଶାର ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ବିଶୋଧନାଗାର ପକ୍ଷରୁ ଏକ ହାଟ ପରିକ୍ରମା ର୍ୟା ଲିକୁୁ ପ୍ରାୟୋଜିତ କରାଯାଇଥିଲା ଯେଉଁଥିରେ ସ୍ଥାନୀୟ ସମାଜର ସଦସ୍ୟମାନେ ଭାଗ ନେଇ ପାରମ୍ପରିକ ଘୁମୁରା ନାଚ ଓ ଆଦିବାସୀ ନୃତ୍ୟ ପରିବେଷଣ କରିଥିଲେ । କଳାକୃତିର ପ୍ରସାର କରିବା ଏବଂ କଳାକାରଙ୍କ ପାଇଁ ଅଧିକ ବ୍ୟବସାୟ ଆଣିଦେବା ଉଦ୍ଦେଶ୍ୟରେ ଢୋକ୍ରା ହସ୍ତକଳା ଓ ସଉଳା ଚିତ୍ରକଳା ଭଳି ପାରମ୍ପରିକ କଳାକୃତିକୁ ନେଇ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା । ସାପ୍ତାହିକ ହାଟରେ ସେହି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା ଯେଉଁଥିରେ ୪୦୦ରୁ ଅଧିକ ସ୍ଥାନୀୟ ଲୋକ ଅଂଶଗ୍ରହଣ କରିଥିଲେ । ଢ଼ୋକ୍ରା ହେଉଛି ଏକ ପ୍ରାଚୀନ ଧାତବ କାମର କଳାକୃତି ଯାହା ପ୍ରାୟ ୫୦୦୦ ବର୍ଷ ଧରି ଭାରତୀୟ ହସ୍ତକଳା ପରମ୍ପରାର ଅଂଶ ହୋଇରହିଛି ଏବଂ ସିନ୍ଧୁ ସଭ୍ୟତା ସମୟରୁ ତାହା ରହିଆସିଛି ଏବଂ ସଉରା ହେଉଛି ମୁଖ୍ୟତଃ ଓଡ଼ିଶାର ଏକ ଆଦିବାସୀ କଳାକୃତି ଯାହା ପ୍ରକୃତି ଓ କଳାକାରଙ୍କ ଜୀବନଶୈଳୀ ଯଥା ପଶୁ, ଚାଷୀ, ପ୍ରକୃତିର ବିଭିନ୍ନ ଉପାଦାନ, ଭଗବାନ ଆଦିରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥାଏ । କଂପାନି ପକ୍ଷରୁ “ଓଡ଼ିଶାର ନେତୃତ୍ୱ’ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଓ ଫେନ୍ସି ଡ୍ରେସ୍ ପ୍ରତିଯୋଗିତା ଏବଂ ରାଜ୍ୟର ସମୃଦ୍ଧ ଇତିହାସ ଓ ଦୁନିଆ ଉପରେ ପ୍ରଭାବ ସମ୍ପର୍କରେ ସଚେତନତା ବଢ଼ାଇବା ଲାଗି କର୍ମଚାରୀମାନଙ୍କ ଶିଶୁ ଲାଗି ଓଡ଼ିଶାର ମାଇଲଖୁଂଟ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ାର ସିଇଓ ଶ୍ରୀ ସୁନିଲ ଗୁପ୍ତା ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, “କିଛି ବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ ସହିତ ଆମ ସମ୍ପର୍କକୁ ଆମେ ପାଳନ କରୁଥିବା ବେଳେ ବେଦାନ୍ତ ଆଲୁମିନିୟମ୍ରେ ଆମ ପାଇଁ ଏପ୍ରିଲ୍ ୧ ଏକ ସ୍ମରଣୀୟ ଦିନ । ଆମର ଅତ୍ୟାଧୁନିକ ଆଲୁମିନିୟମ କାରଖାନା ଯାହା ଅର୍ଥନୈତିକ ପ୍ରଗତିର ଏକ ଏକ ଉପାଦାନ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜୀବନଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, କଳା ଓ ସଂସ୍କୃତିର ବିକାଶ ଲାଗି ଆମ ଉଦ୍ୟମ ଜରିଆରେ ଆମେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ ଲାଗି ଗଭୀର ଭାବେ ପ୍ରତିବଦ୍ଧ ରହିଛୁ । ରାଜ୍ୟ ଓ ଏହାର ନାଗରିକମାନଙ୍କ ସାମାଜିକ ଅର୍ଥନୈତିକ ବିକାଶ ଦିଗରେ ଆମେ କାର୍ଯ୍ୟ ଜାରି ରଖିଥିବା ବେଳେ ଏହି ଉତ୍କଳ ଦିବସରେ ଆମେ ଓଡ଼ିଶାର ଲୋକମାନଙ୍କ ପାଇଁ ଶ୍ରେଷ୍ଠ ସଫଳତା ଓ ଅତୁଳନୀୟ ପ୍ରଗତିର ଆଉ ଏକ ବର୍ଷର ଶୁଭକାମନା ଜଣାଉଛୁ ।’’
ତୃଣମୂଳ ସ୍ତରରେ ଓଡ଼ିଶାର ପରମ୍ପରାକୁ ସୁଦୃଢ଼ କରିବା ଲାଗି ବେଦାନ୍ତ ଆଲୁମିନିୟମ୍ର ଉଦ୍ୟମକୁ ପ୍ରଶଂସା କରି ପଦ୍ମ ବିଭୂଷଣ ବିଜେତା ଭାରତୀୟ ସ୍ଥାପତ୍ୟ ଶିଳ୍ପୀ ଶ୍ରୀ ସୁଦର୍ଶନ ସାହୁ କହିଛନ୍ତି ଯେ, “ଓଡ଼ିଶାର ପାରମ୍ପରିକ କଳା ଓ ହସ୍ତକଳାର ସୁରକ୍ଷା ଓ ତାହାକୁ ସମୃଦ୍ଧ କରିବାରେ ବେଦାନ୍ତ ଆଲୁମିନିୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଓଡ଼ିଶାର ପରିଚୟ ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ସ୍ୱତନ୍ତ୍ର ଐତିହ୍ୟର ପ୍ରସାର ଓ ସୁରକ୍ଷା ପାଇଁ କଂପାନିର ଅଭିଯାନ ସହାୟକ ହୋଇଛି । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ପ୍ରସାର ଦିଗରେ ବେଦାନ୍ତ ଆଲୁମିନିୟମ୍ର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି ଏବଂ ଆଶା କରୁଛି ଯେ ସମୟ ଗଡ଼ିବା ସହିତ ରାଜ୍ୟର ବିକାଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହେବ ।’’
ଓଡ଼ିଶାର ପାରମ୍ପରିକ କଳାର ସଂରକ୍ଷଣ ଦିଗରେ ବେଦାନ୍ତ ଲାଞ୍ଜିଗଡ଼ର ଉଦ୍ୟମ ବିଷୟରେ ବେଦାନ୍ତ ଲିମିଟେଡ୍, ଆଲୁମିନିୟମ୍ ବ୍ୟବସାୟର ଡେପୁଟି ସିଇଓ ଶ୍ରୀ ଜି ଜି ପାଲ୍ କହିଛନ୍ତି ଯେ, “ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ସାଂସ୍କୃତିକ ପୁନର୍ଜାଗରଣର ଅଂଶ ହୋଇଥିବାରୁ ଗର୍ବିତ ଯାହା ଢୋକ୍ରା କଳାକୃତି ଓ ସଉରା ଚିତ୍ରକଳା ଭଳି ସୁନ୍ଦର ପାରମ୍ପରିକ କଳାକୃତିର ପ୍ରସାର ପାଇଁ ଆମ ଉଦ୍ୟମରେ ପ୍ରତିଫଳିତ ହୋଇଛି । ଆମର ମାନୁଫାକ୍ଚରିଂ ଉତ୍କର୍ଷ ଓ ସମ୍ପ୍ରସାରିତ ଯୋଗାଣ ଶୃଙ୍ଖଳ ଜରିଆରେ ରାଜ୍ୟ ଓ ଏହାର ଲୋକମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ସହିତ ଆମର କଳାକୃତି ଜରିଆରେ ଆମେ ଓଡ଼ିଶାର ସାଂସ୍କୃତି ଐତିହ୍ୟର ସଂରକ୍ଷଣ ଲାଗି ପ୍ରତିବଦ୍ଧ ରହିଛୁ । ଦକ୍ଷତା ବିକଶା, ବଜାର ସହ ଯୋଡ଼ିବା ଓ ଆର୍ଥିକ ସହାୟତା ଜରିଆରେ ସ୍ଥାନୀୟ କାରିଗର ଗୋଷ୍‌ୀଂଙ୍କୁ ସକ୍ଷମ କରିବାରେ ଆମ ଉଦ୍ୟମ ସେମାନଙ୍କୁ ଉତମ ଜୀବନଜୀବିକା ହାସଲ କରିବା ଏବଂ ଭବିଷ୍ୟତ ପିଢ଼ି ଲାଗି ଏହି ସୁନ୍ଦର କଳାକୃତିକୁ ଜୀବନ୍ତ ରଖିବାରେ ସହାୟକ ହୋଇଛି ।’’
ଲାଞ୍ଜିଗଡ଼ରେ ଏକ ୨ ଏମ୍ଟିପିଏ ବିଶ୍ୱସ୍ତରୀୟ ଆଲୁମିନିୟମ୍ ବିଶୋଧନାଗାର ଓ ଝାରସୁଗୁଡ଼ାରେ ଏକ ୧.୮ ଏମ୍ଟିପିଏର ମେଗା ଆଲୁମିନିୟମ ସ୍ମେଲଟର ସହିତ ସାରା ଦୁନିଆର ଯେକୌଣସି ସ୍ଥାନରେ ନିବେଶ ଅନୁସାରେ ବେଦାନ୍ତ ଆଲୁମିନିୟମ୍ ପାଇଁ ଓଡ଼ିଶା ଏକକ ସର୍ବବୃହତ ନିବେଶ ସ୍ଥଳ ଭାବେ ଉଭା ହୋଇଥିବା ବେଳେ ଓଡ଼ିଶାକୁ “ଭାରତର ଆଲୁମିନିୟମ ରାଜଧାନୀ’ରେ ପରିଣତ କରିଛି । ଏହାର ସମ୍ପ୍ରସାରିତ ପରିଚାଳନା ଜରିଆରେ କଂପାନି ଓଡ଼ିଶାର ଜିଡିପି ପ୍ରତି ପ୍ରାୟ ୪ ପ୍ରତିଶତ ଅବଦାନ ପ୍ରଦାନ କରୁଛି ଏବଂ ଏହାର ବିବିଧ ବିକାଶମୂଳକ ପଦକ୍ଷେପ ଜରିଆରେ କଂପାନି ଉପେକ୍ଷୀତ ଗୋଷ୍ଠୀଙ୍କୁ ସାମାଜିକ ଓ ଅର୍ଥନୈତିକ ମୁଖ୍ୟସ୍ରୋତ ସହ ଯୋଡ଼ିଛି । ଓଡ଼ିଶାର ବିକାଶ ଲାଗି ବେଦାନ୍ତ ଆଲୁମିନିୟମର ଅଦମ୍ୟ ପ୍ରତିବଦ୍ଧତାର ଫଳ ସ୍ୱରୂପ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜୀବନଜୀବିକା, ଦକ୍ଷତା ବିକାଶ, କ୍ରୀଡ଼ା, କଳା ଓ ସଂସ୍କୃତିରେ ଉଲ୍ଲେଖନୀୟ ପ୍ରଗତି ହୋଇଥିବା ବେଳେ ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା ଓ ଆଖପାଖ ଜିଲ୍ଲାର ୧୩୦ରୁ ଅଧିକ ଗ୍ରାମର ୨.୫ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।

ବେଦାନ୍ତ ଲିମିଟେଡ୍ର ଏକ ବ୍ୟବସାୟ ବେଦାନ୍ତ ଆଲୁମିନିୟମ୍ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ୍ ଉତ୍ପାଦନ କରିଛି ଅର୍ଥାତ ୨୦୨୧-୨୨ ଆର୍ଥିକ ବର୍ଷରେ ୨.୨୭ ନିୟୁତ ଟନ୍ । ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏହା ହେଉଛି ଅଗ୍ରଣୀ ଯାହାକୁ ବିଭିନ୍ନ ମୌଳିକ ଶିଳ୍ପରେ ବ୍ୟବହାର କରାଯାଉଛି । ଆଲୁମିନିୟମ୍ ଶିଳ୍ପ ପାଇଁ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍ଆଇ)ର ବିଶ୍ୱ ର୍ୟା ଙ୍କିଙ୍ଗ୍ରେ ବେଦାନ୍ତ ଦ୍ୱିତୀୟ ରାଙ୍କରେ ରହିଛି ଯାହା ଏହାର ଦୀର୍ଘସ୍ଥାୟୀ ବିକାଶ ପଦ୍ଧତିର ଏକ ପ୍ରତିଫଳନ । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ବିଶୋଧନାଗାର ଓ ପାୱାର ପ୍ଲାଂଟ୍ ସହ ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ବଢାଇବା ଲାଗି ରହିଥିବା ମିସନ୍କୁ କଂପାନି ପୂରଣ କରୁଛି ।

Leave A Reply

Your email address will not be published.