ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ସହ ମିଶି ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ

0

ଟୋକିଓ : ନିପ୍ପନ ଷ୍ଟିଲ ଆର୍ସେଲର ମିତ୍ତଲ୍ ସହ ମିଶି ଓଡ଼ିଶାରେ ୩୦ ମିଲିୟନ୍ ଟନ୍ ର ଏକ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବାକୁ ଯାଉଛି, ଯାହା ହେବ ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ I ପ୍ଳାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ଅର୍ଥନୈତିକ ଅଭିବୃଦ୍ଧି ଆହୁରି ତ୍ୱରାନ୍ୱିତ ହେବା ସହ ବ୍ୟାପକ ରୋଜଗାର ସୃଷ୍ଟି ହେବ I ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ରକ୍ଷା କରି ଆଜି ଏହି ଘୋଷଣା କରିଛନ୍ତି ନିପ୍ପନ ଷ୍ଟିଲ୍ ପ୍ରେସିଡେଣ୍ଟ ଏଇଜି ହାସିମୋତୋ । ଟୋକିଓ ଠାରେ ଅନୁଷ୍ଠିତ ବୈଠକରେ  ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଆମନ୍ତ୍ରଣ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ନବୀନଙ୍କ ପ୍ରସ୍ତାବକୁ ନିପ୍ପନ ମୁଖ୍ୟ ଗ୍ରହଣ କରିବା ସହ ଓଡ଼ିଶାରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ସେହି ବୈଠକରେ ହିଁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.