କ୍ଷିପ୍ରଗତିରେ ଆଗେଇ ଚାଲିଛି ନିଲାଥର ସେତୁ ନିର୍ମାଣ

0

ସମୟସୀମା ଭିତରେ କାମ ସାରିବାକୁ ବିଧାୟିକା ଙ୍କର ନିର୍ଦେଶ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମରୁ କାଁସଡ଼ା ଗ୍ରାମପଞ୍ଚାୟତ ର ନିଲାଥର ମଧ୍ୟରେ ଚିରସ୍ରୋତା ଅଙ୍ଗ ନଦୀ ପ୍ରବାହିତ ହେଉଛି । ଏହି ଦୁଇ ଗାଁ ମଧ୍ୟରେ ଦୂରତା ମାତ୍ର ଏକ କିଲୋମିଟର ହୋଇଥିବା ବେଳେ ବର୍ଷା ଦିନରେ ଏହି ଦୂରତା ପ୍ରାୟ 20 କିଲୋମିଟର ହୋଇଯାଏ । ନିଲାଥର ରୁ ବରତୁଣ୍ଡା ମଝିରେ ଅଙ୍ଗ ନଦୀରେ ପାଣି ବଢ଼ିଗଲେ ନିଲାଥର ଏବଂ ଅନ୍ୟାନ୍ୟ ପ୍ରାୟ ଛଅ ଗୋଟି ଗ୍ରାମର ଗମନାଗମନ ରେ ସମସ୍ୟା ଦେଖାଦେଇ ଥାଏ । ସମସ୍ୟାର ସମାଧାନ ପାଇଁ ପ୍ରତେକ ବର୍ଷ ନିଲାଥର ଗ୍ରାମବାସୀ ମାନେ ବର୍ଷା କମିବା ପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନଦୀ ଉପରେ ଅସ୍ଥାୟୀ ପୋଲ ନିର୍ମାଣ କରି ବରତୁଣ୍ଡା ଦେଇ ପାଇକମାଲ କିମ୍ବା ନୂଆପଡା କୁ ଯିବା ଆସିବା କରିଥାନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ସର୍ବପ୍ରଥମେ 2016 ରେ ଆମେ ଆମର ସାପ୍ତାହିକ ଖବର କାଗଜ ରେ ଏହି ଅସ୍ଥାୟୀ ପୋଲ ନିର୍ମାଣ ବାବଦରେ ଲେଖ ଖବର ପରିବେଷଣ କରିଥିଲୁ । ଏହାପରେ ପଦ୍ମପୁର ର ତତ୍କାଳୀନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କର ପ୍ରୟାସ କ୍ରମେ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ଏହି ସେତୁ ନିର୍ମାଣ ପାଇଁ ଗତ ବର୍ଷ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଟେଣ୍ଡର କାମ ସରିବା ପରେ ବର୍ତ୍ତମାନ ଏହି ସେତୁର କାମ କ୍ଷିପ୍ର ଗତିରେ ଆଗେଇ ଚାଲିଛି । ଆଜି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମଧ୍ୟାହ୍ନ ରେ ହଟାତ ନିର୍ମାଣ ସ୍ଥଳକୁ ପହଞ୍ଚି ଯାଇଥିଲେ । ନିର୍ମାଣ ଦାଇତ୍ୱ ରେ ଥିବା ସଂସ୍ଥା ର ଇଂଜିନିୟର ବିଧାୟିକା ଙ୍କୁ ଡ୍ରଇଂ ଦେଖାଇ ନିର୍ମାଣ ହେବାକୁ ଥିବା ପୋଲ ବାବଦରେ ବୁଝାଇବା ସହିତ ନିର୍ମାଣ ସ୍ଥଳ ବୁଲି ଦେଖାଇଥିଲେ । ଯଦିଓ ନିର୍ମାଣ ସମୟ ସୀମା ଭିତରେ ଚାଲିଛି ତଥାପି ନିର୍ଦ୍ଧାରିତ ସମୟ ଭିତରେ କାମ ସରିବା ସହିତ କାମର କ୍ୱାଲିଟି ପ୍ରତି ଗୁରୁତ୍ଵ ପ୍ରଦାନ କରିବାକୁ ବିଧାୟିକା କହିଥିଲେ ।

Leave A Reply

Your email address will not be published.