ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳେ ପାଠାଗାରର ସଦସ୍ୟ ମାନଙ୍କ ଦ୍ବାରା ଛେଣ୍ଡ୍ କଲୋନୀରେ ସ୍ଥାପିତ ଓଡ଼ିଶାର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ, ବୀର ଓସୁରେନ୍ଦ୍ର ସାଏ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରଭୃତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ସଂଧ୍ୟାରେ ଇଂ. ନବଘନ ସାହୁଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଶ୍ରୀଯୁକ୍ତ ଫକୀର ଚରଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଯୁବ ଶିଳ୍ପୋଦ୍ୟୋଗୀ ଶ୍ରୀଯୁକ୍ତ ମାନସ କୁମାର ଉପାଧ୍ୟାୟ ଏବଂ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଶ୍ରୀଯୁକ୍ତ କରୁଣାକର ପାଟଶାଣୀ ଯୋଗଦେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୃଷ୍ଠଭୂମିରେ ଯେଉଁ ମହାପୁରୁଷ ମାନଙ୍କ ଅବଦାନ ଅବିସ୍ମରଣୀୟ ତାହା ବର୍ଣ୍ଣନା କରିବା ସହ ଏବେବି ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ଅସମ୍ପୂର୍ଣ୍ଣ ରହିଛି କହି କ୍ଷୋଭ ପ୍ରକାଶ କରିଥିଲେ। କବି ରାଜୀବ ମଞ୍ଚ ପରିଚାଳନା କରିଥିବାବେଳେ ଡା. ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ହରିହର ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟ କ୍ରମରେ ବିଭୂତି ଭୂଷଣ ଦାସ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ବିଶ୍ବନାଥ ଜେନା, ଡ.ଶକ୍ତି ପ୍ରସାଦ ସାମନ୍ତରାୟ, ଝୁଲଣ ଜେନା, ରବୀନ୍ଦ୍ର କୁମାର ସରାଫ, ପ୍ରମୁଖ ସହାୟତା କରିଥିବା ବେଳେ ଅଜୟ କୁମାର ମହାନ୍ତି, ରମେଶ ଚନ୍ଦ୍ର ସିଂହ, ପ୍ରକାଶ କୁମାର ମହାନ୍ତି, ଶରତ ଚନ୍ଦ୍ର ମହାନ୍ତି, ହରିହର ରାଉତରାୟ, ପ୍ରତାପ ଚନ୍ଦ୍ର ମହାନ୍ତି, ବ୍ରଜସୁନ୍ଦର ପାଣି, ରାଖାଲ ମହାନ୍ତି, ଧୃବ ଚରଣ ନାୟକ, ହୃଷୀକେଶ ବଳିୟାର ସିଂହ, ଅଦ୍ଵୈତ ପ୍ରସାଦ ଉପାଧ୍ୟାୟ, ମୁରାରି ପ୍ରଧାନ, ନାରାୟଣ ଚନ୍ଦ୍ର ଜେନା, ହରିଶ୍ଚନ୍ଦ୍ର ଭୂମିଜ, ରମାକାନ୍ତ ଷଡ଼ଙ୍ଗୀ, ଶରତ ଚନ୍ଦ୍ର ଦାସ, ବୈକୁଣ୍ଠ ସାହୁ, ହୃଷିକେଶ ନାୟକ, ପ୍ରତାପ କୁମାର ରାୟ, ଉମେଶ ଚନ୍ଦ୍ର ଜେନା, କିଶୋରୀ ମୋହନ କର, ଅଜିତ ମୋହନ ପୁଜାରୀ, ଶଙ୍କର ପ୍ରସାଦ ତ୍ରିପାଠୀ ସୁରେନ୍ଦ୍ର କୁମାର ପଣ୍ଡା, ଅଶ୍ବିନୀ କୁମାର ରାୟ, ତ୍ରିଲୋଚନ ମିଶ୍ର, ଜେ.ପି. ସାଙ୍କ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post