ବଜ୍ରପାତରେ ମହିଳାଙ୍କ ମୃତ୍ୟୁ 

0

ଗାଇସିଲେଟ/ଶାସକ ପ୍ରଶାସକ–ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ଖୁଣ୍ଟପାଲି ଗ୍ରାମରେ ବଜ୍ରପାତରେ ଜ୍ଞାନବତୀ ଭଏନା (ପିଙ୍କି-୨୨)ଙ୍କ ମୃତ୍ୟୁ ଘଟିଛି। ଜ୍ଞାନବତୀ ଅନ୍ୟ ଏକ ମହିଳା ଙ୍କ ସହ ବିଲରୁ ଘାସ ଓପାଡୁଥିବା ସମୟରେ ପ୍ରାୟ   ୪-୪.୩୦ ସମୟରେ ବଜ୍ରପାତ ହୋଇଥିଲା। ଦିଜଣ ମହିଳାଙ୍କୁ ପାଖ ବିଲରେ କାମକରୁଥିବା ଲୋକ ଦେଖି ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ତାଲପାଲି କୁ ନେଇଥିଲେ ।ପିଙ୍କିଙ୍କ ଛେତା ନ ଥିବାରୁ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଏବଂ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ମୃତ ମହିଳା ଜଣକ ଏକ ଗରିବ ପରିବାରର ଅଟନ୍ତି ଏବଂ ତାଙ୍କ ଦି’ଟି ଛୋଟ ଛୋଟ ପୁଅ ଅଛନ୍ତି।  ମୃତ୍ୟୁ ଘୋଷଣା ପ୍ରକାଶିତ ହେବାପରେ କ୍ଷତିପୂରଣ ଦାବି ପାଇଁ ଗ୍ରାମବାସୀ ଏକଜୁଟ ହୋଇଛନ୍ତି।

 

Leave A Reply

Your email address will not be published.