ରାଉରକେଲାରେ ‘ ୮୮ତମ ଓଡ଼ିଶା ଦିବସ’ ପାଳିତ

0

ରାଉରକେଲା,(ବସନ୍ତ କୁମାର ଜେନା):- ରାଉରକେଲା ଏବଂ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ରାଉରକେଲାର ମିଳିତ ସହଯୋଗରେ ୮୮ତମ ଓଡ଼ିଶା ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତ୍ୟାଗ ସ୍ୱୀକାର କରିଥିବା ତଥା ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ସମୃଦ୍ଧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ସକାଳେ ପୁଷ୍ପ ମାଲ୍ୟାର୍ପଣ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ପାନପୋଷ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ ଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ସହରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟକୁ ଆହୁରି ଆଗକୁ ନେବା ପାଇଁ ଉଦିତନଗରଠାରୁ ଏକ ଶୋଭାଯାତ୍ରା ବାହାରି ରାଉରକେଲା ଷ୍ଟେସନ ରୋଡ୍ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଭିନ୍ନ ଅନୁଷ୍ଠାନର ବ୍ୟକ୍ତିମାନେ ଓ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

ଓଡ଼ିଶା ଦିବସ ଅବସରରେ ରାଉରକେଲା ଉଦିତ ନଗରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇଥିଲେ। ପାନପୋଷ ଉପଖଣ୍ଡ ଉପଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ରାଉରକେଲା ତହସିଲ ଦାର ଚନ୍ଦ୍ରକାନ୍ତ ମଲ୍ଲିକ ସମ୍ମାନ ୀୟ ଅତିଥି ଯୋଗଦେଇଥିବା ବେଳେ ମ୍ୟୁନିସିପାଲ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଡା ସନାତନ ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ। ଏହି ଅବସର ସେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟକ୍ତି ଏବଂ ଓଡ଼ିଶା ଦିବସ ଉଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

ଓଡ଼ିଆ ସାହିତ୍ୟ ପ୍ରତି ବିଶେଷ ଅବଦାନ ପାଇଁ ଶ୍ରୀ ରାଧାମୋହନ ନାୟକ ଓ ଗୁରୁକୁଳ ବୈଦିକ ଆଶ୍ରମ କୁ ମଧୁସୂଦନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି। ଏହାସହ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ ଙ୍କୁ ସଂଙ୍ଗୀତ ପାଇଁ ଶ୍ରୀ ଚୈତନ ସାହୁ ପୁରସ୍କାର ପ୍ରଦାନ କରାଗଲା। ଏହା ସହିତ ହକି ପ୍ରଶିକ୍ଷକ ପିଟର ତିର୍କି ଙ୍କୁ ମଧ୍ୟ କ୍ରୀଡା ରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନପତ୍ର ଦେଇ ଶ୍ରୀ ସାରଦା ପ୍ରସାଦ ନାୟକ ସମ୍ମାନ କରିଥିଲେ।

ଓଡ଼ିଶା ଦିବସ ଉପଲକ୍ଷେ ହାଇସ୍କୁଲ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟସ୍ତରୀୟ ବକ୍ତୃତା, ରଚନା ଓ ଦେଶାମ୍ ବୋଧକ ସଂଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ରାଉରକେଲା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ସୀମା ଫାତିମା ଏକ୍କାଙ୍କ ସହିତ ଜାତୀୟ ଦିବସ ପାଳନ କମିଟିର ସମସ୍ତ ସଦସ୍ୟ, ସ୍କୁଲ ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।

Leave A Reply

Your email address will not be published.