ନୟାଗଡ଼,୩୧ା୩: ନୟାଗଡ଼ ବ୍ଲକ ଅନ୍ତର୍ଗତ ଧବଳେଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଲେଙ୍କୁଡ଼ିପଡ଼ା କ୍ଳଷ୍ଟର ସିଆରସିସି ରମାକାନ୍ତ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ନିରଂଜନ ନାୟକ ଯୋଗଦାନ କରି ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇ ଜଣେ ଛାତ୍ରବତ୍ସଳ,କର୍ମଠ ତଥା ଆଦର୍ଶ ଶିକ୍ଷୟିତ୍ରୀ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କହିଥିଲେ । ଏହି ଅବସରରେ ଅନ୍ୟତମ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସଂଜୟ ମଲ୍ଲିକ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟାଳୟ ପକ୍ଷରୁ ପ୍ରୋଭିଜନାଲ ପେନସନ ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଲେଙ୍କୁଡ଼ିପଡ଼ା ସରପଞ୍ଚ ଆନନ୍ଦ ବେହେରା,ସମିତି ସଭ୍ୟା ପାୟଲ ବେହେରା,ପରିଚାଳନା କମିଟି ସଭାପତି ସସ୍ମିତା ବିଶ୍ୱାଳ,ଗଜେନ୍ଦ୍ର ନାୟକ ପ୍ରମୁଖ ଯୋଗଦାନ କରି ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ସ୍ମୃତିରଂଜନ ପ୍ରଧାନ,ପୁଷ୍ପାଞ୍ଜଳି ଖୁଣ୍ଟିଆ ପ୍ରମୁଖ ସହଯୋଗ କରିଥଲେ । ଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ,ପରିଚାଳନା କମିଟି ସଦସ୍ୟ ତଥା ଅଭିଭାବକ ମାନଙ୍କ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଏବଂ ଉପହାର ପ୍ରଦାନ କରାଯାଇ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post